Tuesday, November 17, 2026
Home ଆଞ୍ଚଳିକ ଦୁର୍ବଳ ହୋଇଛି ଲଘୁଚାପ, ବଢ଼ିବ ଶୀତର ପ୍ରଭାବ

ଦୁର୍ବଳ ହୋଇଛି ଲଘୁଚାପ, ବଢ଼ିବ ଶୀତର ପ୍ରଭାବ

11

ବ୍ରହ୍ମପୁର, ୨୦/୧୧/୨୧ (ଜିଲ୍ଲା ଖବର ) : ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇ କ୍ରମଶଃ ଦୁର୍ବଳ ହୋଇଛି। ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ହୋଇଥିବା ବେଳେ ଦକ୍ଷିଣ ଓଡିଶାର କେତେକ ସ୍ଥାନରେ ବର୍ଷା ହୋଇଛି। ତେବେ ଲଘୁଚାପ ଦୁର୍ବଳ ହେବା ପରେ ଏବେ ରାଜ୍ୟରେ ଶୀତ ଲହରୀ ଫେରିବା ନେଇ ଆଞ୍ଚଳିକ ପାଣିଗାପ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

ଆସନ୍ତା 24ଘଣ୍ଟାରେ ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ସ୍ୱଳ୍ପ ଧରଣର ବର୍ଷା ହେବାକୁ ଥିବା ବେଳେ ଆଭ୍ୟନ୍ତରୀଣ ଓଡିଶାରେ ଶୀତ ବଢିବ ବୋଲି ପାଣିପାଗ ବିଶେଷଜ୍ଞ ସୂଚନା ଦେଇଛନ୍ତି।