
୨୦/୧୧/୨୧ (ଜିଲ୍ଲା ଖବର ) : କେ.ଏଲ ରାହୁଲ-ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ସାଙ୍ଗକୁ ବୋଲର ମାନଙ୍କ ଦମଦାର ପ୍ରଦର୍ଶନରେ ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ 7 ଓ୍ୱିକେଟରେ ପରାସ୍ତ କରିଛି। ଶୁକ୍ରବାର ଖେଳାଯାଇଥିବା 2ୟ ଟି-ଟ୍ୱେଣ୍ଟି ମ୍ୟାଚରେ ନ୍ୟୁଜିଲାଣ୍ଡର 20ଓଭରରେ 6 ଓ୍ୱିକେଟ ହରାଇ 154ରନ କରିଥିଲା।
ତେବେ ଭାରତ ମାତ୍ର 3 ଓ୍ୱିକେଟ ହରାଇ 17.5ଓଭରରେ ଏହି ମ୍ୟାଚକୁ ଜିତିନେବା ସହିତ 2-0ରେ ସିରିଜ ହାତେଇ ନେଇଛି। ଲୋକେଶ ରାହୁଳଙ୍କ 65ରନ ଏବଂ ରୋହିତ ଶର୍ମା 55ରନର ପାରି ଖେଳିଥିବା ବେଳେ ଭେଙ୍କେଟଶ ଆୟର ଏବଂ ରିଷଭ ପନ୍ଥ 12ରନ ଲେଖାଁଏ ହାସଲ କରିଛନ୍ତି। ଭାରତ ପକ୍ଷରୁ ହର୍ଷଲ ପଟେଲ 2ଟି ଓ୍ୱିକେଟ ନେଇଥିବା ବେଳେ ଭୁବନେଶ୍ୱର କୁମାର, ଦୀପକ ଚହର ଏବଂ ଅକ୍ଷର ପଟେଲ ପ୍ରତ୍ୟେକ 1ଟି ଲେଖାଁଏ ଓ୍ବିକେଟ ହାସଲ କରିଛନ୍ତି।



