Sunday, November 15, 2026
Home ଆଞ୍ଚଳିକ କାହିଁକି ଶନିଦେବ ପିତା ସୂର୍ଯ୍ୟଙ୍କ ଉପରେ କ୍ରୋଧିତ ଥିଲେ ?

କାହିଁକି ଶନିଦେବ ପିତା ସୂର୍ଯ୍ୟଙ୍କ ଉପରେ କ୍ରୋଧିତ ଥିଲେ ?

17

  ୨୦/୧୧/୨୧ (ଜିଲ୍ଲା ଖବର ) : ଆଜି ଶନିବାର। ଶନିବାର ହେଉଛି ଶନିଦେବଙ୍କ ଦିନ। ଏହି ଦିନ ଶନିଦେବଙ୍କୁପୂଜା କରାଯାଏ। କୁହାଯାଏ ଯଦି କୌଣସି ଶନି ଦଶା ପଡିଛି, ତେବେ ଶନିଦେବଙ୍କୁ ପୂଜା କଲେ ଏହା ଦୂର ହୋଇଥାଏ। ତେବେ ଆଜି ଆମେ ଶନିଦେବଙ୍କ ବିଷୟରେ କିଛି ଅଜଣା କଥା ଜାଣିବା

ଶନିଦେବ ଶାଗୁଣା ଉପରେ ବସନ୍ତି। ତାଙ୍କର ଗୋଟିଏ ହାତରେ ଧନୁସର ଓ ଅନ୍ୟ ହାତରେ ବରମୁଦ୍ରାରେ ଥାଆନ୍ତି। ଶନିଦେବ ସର୍ବଦା ନିଜ ଭକ୍ତଙ୍କୁ ସାହାଯ୍ୟ କରନ୍ତି, ନିଜ ଭକ୍ତଙ୍କ ଡାକ ଶୁଣନ୍ତି। ଦେଶର ଅନେକ ସ୍ଥାନରେ ଶନିଦେବଙ୍କ ପ୍ରସିଦ୍ଧ ମନ୍ଦିର ରହିଛି। ଶନିବାର ଦିନ ଭକ୍ତ ଶନିଦେବଙ୍କୁ ଦର୍ଶନ କଲେ ଶନିଦେବ ଭକ୍ତଙ୍କ କଷ୍ଟ ଦୂର କରିଥାନ୍ତି।

କୁହାଯାଏ, ହିନ୍ଦୁ ଧର୍ମରେ ଶନିଦେବଙ୍କୁ ସୂର୍ଯ୍ୟ ତଥା କର୍ମଫଳ ଦାତା ବୋଲି କୁହାଯାଏ। ଶନିଦେବଙ୍କୁ ନ୍ୟାୟମୂର୍ତ୍ତି ମଧ୍ୟ କୁହାଯାଏ। ପୌରାଣିକ ମାନ୍ୟତା ଅନୁସାରେ ଶନିଦେବ ଭଗବାନ ଶିବଙ୍କ ଭକ୍ତି ଓ ତପସ୍ୟା କରି ନବଗ୍ରହରେ ସର୍ବଶ୍ରେଷ୍ଠ ସ୍ଥାନ ପ୍ରାପ୍ତ କରିଛନ୍ତି।

ପୌରାଣିକ ବିଶ୍ୱାସ ଅନୁଯାୟୀ, ଭଗବାନ ସୂର୍ଯ୍ୟ ନିଜ ପତ୍ନୀ ଛାୟାଙ୍କ ପାଖକୁ ଯାଇଥିଲେ। ସୂର୍ଯ୍ୟଙ୍କ ପ୍ରକାଶ ଓ ଉଜ୍ଜ୍ୱଳ କିରଣ ଯୋଗୁଁ ତାଙ୍କ ପତ୍ନୀ ଆଖି ବନ୍ଦ କରିଦେଲେ। ସେଥିପାଇଁ ତାଙ୍କୁ ଶ୍ୟାମଳ ବର୍ଣ୍ଣ ପୁତ୍ର ଶନିଦେବ ପ୍ରାପ୍ତ ହୋଇଥିଲେ। ଶନିଦେବଙ୍କ ଶ୍ୟାମଳ ବର୍ଣ୍ଣ ଦେଖି ସୂର୍ଯ୍ୟ ଛାୟାଙ୍କ ଉପରେ ଆରୋପ ଲଗାଇଲେ ଯେ ସେ ତାଙ୍କ ପୁତ୍ର ନୁହେଁ। ସେଥିପାଇଁ ଶନିଦେବ ନିଜ ପିତାଙ୍କ ଉପରେ କ୍ରୋଧିତ ହୋଇଗଲେ।

ଏହାପରେ ଶନିଦେବ ଭଗବାନ ଶିବଙ୍କୁ ଘୋର ତପସ୍ୟା କଲେ ଓ ନିଜ ଶରୀରକୁ ଜାଳିଦେଲେ। ଭଗବାନ ଶିବ ଶନିଦେବଙ୍କ ଭକ୍ତିରୁ ପ୍ରସନ୍ନ ହୋଇ ତାଙ୍କୁ ବର ମାଗିବାକୁ କହିଥିଲେ। ଶନିଦେବ ବର ମାଗିଥିଲେ ଯେ ଯୁଗ ଯୁଗ ଧରି ତାଙ୍କ ମାତା ଛାୟାଙ୍କ ପରାଜୟ ହେଉଛି। ତାଙ୍କ ମାତା ପିତା ସୂର୍ଯ୍ୟଙ୍କ ଦ୍ୱାରା ଲଗାତାର ନିର୍ଯ୍ୟାତିତ ହେଉଛନ୍ତି। ସେଥିପାଇଁ ସେ ନିଜ ପିତାଙ୍କ ଠାରୁ ଅଧିକ ପୂଜ୍ୟ ହେବାକୁ ଚାହୁଁଛନ୍ତି ଯେପରି ତାଙ୍କ ଅହଂକାର ଭାଙ୍ଗିଯିବ ବୋଲି ସେ ଶିବଙ୍କୁ କହିଥିଲେ। ଭଗବାନ ଶିବ ଶନିଦେବଙ୍କୁ ବରଦାନ ଦେଇଥିଲେ ଯେ ଶନିଦେବ ନବଗ୍ରହଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ହେବେ। ପୃଥିବୀଲୋକରେ ନ୍ୟାୟାଧୀଶ ଏବଂ ଦଣ୍ଡାଧିକାରୀ ହେବେ ଏବଂ ଲୋକଙ୍କ କର୍ମ ଅନୁଯାୟୀ ନ୍ୟାୟ ଓ ଦଣ୍ଡ ଦେବେ।ସେବେଠାରୁ ଶନିଦେବଙ୍କୁ ନବଗ୍ରହ ମଧ୍ୟରେ ସର୍ବଶ୍ରେଷ୍ଠ ବୋଲି କୁହାଯାଏ।