Tuesday, November 17, 2026
Home ଆଞ୍ଚଳିକ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଠାରୁ ସମ୍ମାନଜନକ ପୁରସ୍କାର ଗ୍ରହଣ କଲେ ଗାଙ୍ଗପୁର ଥାନା ଅଧିକାରୀ ଧିରେଶ୍...

କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଠାରୁ ସମ୍ମାନଜନକ ପୁରସ୍କାର ଗ୍ରହଣ କଲେ ଗାଙ୍ଗପୁର ଥାନା ଅଧିକାରୀ ଧିରେଶ୍ ଦାଶ

38

ବେଲଗୁଣ୍ଠା, ୧୯/୧୧(ଜିଲ୍ଲା ଖବର):ଭାରତର ଦ୍ୱିତୀୟ ସର୍ବଶ୍ରେଷ୍ଠ ଥାନାର ମାନ୍ୟତା ପାଇବା ପରେ ଆଜି ଉତ୍ତରପ୍ରଦେଶ ଲକ୍ଷ୍ନୌ ଠାରେ ସମ୍ମାନଜନକ ପୁରସ୍କାର ଗ୍ରହଣ କରିଛନ୍ତି ଗାଙ୍ଗପୁର ଥାନା ଅଧିକାରୀ ଧିରେଶ୍ ଦାଶ I ଶ୍ରୀ ଦାଶ ଗତ 17 ତାରିଖରେ ଲକ୍ଷ୍ନୌ ଠାରେ ପହଞ୍ଚି ଥିବା ବେଳେ ଆଜି ସେଠାରେ ଆୟୋଜିତ ଡିଜିପି ସମ୍ମିଳନୀରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କଠାରୁ ଟ୍ରଫି ଗ୍ରହଣ କରିଛନ୍ତି ଥାନା ଅଧିକାରୀ ଶ୍ରୀ ଦାଶ I ଏନେଇ ଗଞ୍ଜାମ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ୍ ରାୟ I ଏହି ପୁରସ୍କାର ପାଇବା ପରେ ଶ୍ରୀ ଦାଶଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି I
ରିପୋର୍ଟ-ଶିବରାମ ଚୌଧୁରୀ