Tuesday, November 17, 2026
Home ଆଞ୍ଚଳିକ ଅମଳ ସମୟରେ ଦାଉ ସାଜିଲା ବର୍ଷା ,ଏକର ଏକର ଜମି ପାଣିରେ ବୁଡି ଗଜା ହେଲା...

ଅମଳ ସମୟରେ ଦାଉ ସାଜିଲା ବର୍ଷା ,ଏକର ଏକର ଜମି ପାଣିରେ ବୁଡି ଗଜା ହେଲା ଧାନ,କ୍ଷୟକ୍ଷତି ଦାବି କଲେ ଚାଷୀ

59

ବେଗୁନିଆପଡା୧୮.୧୧.୨୦୨୧(ଜିଲ୍ଲା ଖବର): ଲଗାଣ ବର୍ଷା ଯୋଗୁଁ ନଷ୍ଟ ହେଲା ଧାନଫସଲ । ଅମଳ ଆମୟରେ ଦାଉ ସାଜିଲା ବର୍ଷା ଆଉ ଏକର ଏକର ଜମି ପାଣିରେ ବୁଡି ଗଜ ହେଲା ଧାନ । ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଚାଷୀଙ୍କ ମେରୁଦଣ୍ଡ ସମ୍ପୂର୍ଣ୍ଣ ଦୋହଲି ଯାଇଛି। ଏହି ବ୍ଲକର ଚିଙ୍ଗୁଡ଼ିଖୋଲ ଓ ମର୍ଦ୍ଧକୋଟ ପଂଚାୟତରେ ଲଗାଣ ବର୍ଷା ଫଳରେ ଧାନ କ୍ଷେତ ସବୁ ପାଣିରେ ବୁଡିଯାଇଛି । ଚିଙ୍ଗୁଡ଼ିଖୋଲ, ଉସ୍ତାଳି, କଣ୍ଟାପଡା ଓ ମର୍ଦ୍ଧକୋଟର ଅନେକ ସ୍ଥାନରେ ଧାନକଟା ହୋଇ କ୍ଷେତରେ ପଡିଛି । ଆଉ ପାଣି ବାଜି ଧାନ ପଚି ଯାଇ ସବୁ ନଷ୍ଟ ହେବାକୁ ବସିଲାଣି । ସେପଟେ ଯେଉଁ ସବୁ ଧାନ ଯାଇ ବୋଝେଇ ହୋଇ ଆସିଥିଲା ତାହା ବର୍ଷା ପାଣିରେ ସଂପୂର୍ଣ୍ଣ ଓଦା ହୋଇଯାଇଛି । ବହୁତ ଡ଼ ଧାନ ଗଜା ହେବାକୁ ବସିଲାଣି । ଧାନ ଏପରି ଅବସ୍ଥା ଦେଖି ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ବ୍ୟାପକ ଫସଲ ହାନି ଯୋଗୁଁ ପ୍ରଶାସନକୁ କ୍ଷତିପୂରଣ ପାଇଁ ଗୁହାରି କରିଛନ୍ତି ଚାଷୀ ।