Sunday, October 11, 2026
Home ଅପରାଧ କୁକୁଡା ଉପରେ ଗାଡି ଚଢିଗଲା ବୋଲି…

କୁକୁଡା ଉପରେ ଗାଡି ଚଢିଗଲା ବୋଲି…

10

ବ୍ରହ୍ମପୁର,୧୮/୧୧/୨୧ (ଜିଲ୍ଲା ଖବର) :  କୁକୁଡ଼ା ପାଇଁ ଗାଁ ଦାଣ୍ଡରେ ବୁଲିଲା ଖଣ୍ଡା । ଗଞ୍ଜାମ ପୋଲସରା ଥାନା ଅନ୍ତର୍ଗତ କଳମ୍ବ ପଞ୍ଚାୟତରେ ଜନ ଅସନ୍ତୋଷ ଦେଖିବାକୁ ମିଳିଛି । ଚଢ଼ିଆ ପଡ଼ାରେ ବାଇକ ଦ୍ରୁତ ଗତିରେ ସାହି ମଧ୍ୟରେ ଚଳାଇବାକୁ ନେଇ ଗଣ୍ଡଗୋଳ ଦେଖାଦେଇଛି ।

ବାଇକ ଚାଳକ ଦ୍ରୁତ ଗତିରେ ଚଲାଇବା ବେଳେ ଏକ କୁକୁଡ଼ା ଉପରେ ମାଡି ଯାଇଥିଲା । ବାଇକ ଚାଳକ ଗୋଷ୍ଠୀ ଓ କୁକୁଡ଼ା ମାଲିକ ଗୋଷ୍ଠୀ ମଧ୍ୟରେ ବଚସା ହୋଇ ପରେ ଉଗ୍ର ରୂପ ଧାରଣ କରିଥିଲା । ଯାହର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଉଭୟଙ୍କ ଆକ୍ରମଣରେ ଗୁରୁତର ହୋଇଥିବା ବ୍ୟକ୍ତି ବ୍ରହ୍ମପୁର ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ଥାନାରେ ଅଭିଯୋଗ ହୋଇନଥିବା ଜଣାପଡ଼ିଛି ।