କାର୍ତ୍ତିକ ପୂର୍ଣ୍ଣିମାରେ ମିଳିବନି ବାବାଙ୍କ ଦର୍ଶନ, ହେବନି ବୋଇତ ବନ୍ଦାଣ

35

ଭଦ୍ରକ,୧୮/୧୧/୨୧ (ଜିଲ୍ଲା ଖବର) :  ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ବା ରାହାସ ପୂର୍ଣ୍ଣିମାରେ ଆଗନ୍ତୁକଙ୍କର ଭିଡକୁ ଦୃଷ୍ଟିରେ ରଖି  ଭଦ୍ରକର ଆରଡି ପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିଛି । ତାହା ସହ ପୀଠରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । 

ବାବାଙ୍କ ଶିବଗଙ୍ଗା ପୁଷ୍କରିଣୀ ଓ ବୈତରଣୀ ନଦୀ ସମେତ କୌଣସି ଜଳ ଉତ୍ସରେ ବୋଇତ ବନ୍ଦାଣ ଓ ଡଙ୍ଗା ଭସା ଯିବା ଉପରେ କଟକଣା ଜାରି କରିଛି ପ୍ରଶାସନ ।

ଅନ୍ୟପଟେ କୋଭିଡ ନିୟମ ଅନୁଯାୟୀ ପାଳିଆ ସେବାୟତ ଓ ଅନ୍ୟ ସେବାୟତଙ୍କ ଦ୍ୱାରା ସମସ୍ତ ନୀତିକାନ୍ତି ସମ୍ପନ୍ନ କରିବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଦିନ ବାବାଙ୍କର “ହରଗୌରୀ” ବେଶ  ସହ ଅନ୍ୟାନ୍ୟ ନୀତିକାନ୍ତି ରହିଛି ।