Sunday, November 15, 2026
Home ଆଞ୍ଚଳିକ ବିକ୍ରୀ ପାଇଁ ଡିଲ୍ ବେଳେ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, 2 ଅଟକ

ବିକ୍ରୀ ପାଇଁ ଡିଲ୍ ବେଳେ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, 2 ଅଟକ

25

ଭୁବନେଶ୍ୱର, ୧୮/୧୧/୨୧ (ଜିଲ୍ଲା ଖବର) :  ପୁଣି ବଜ୍ରକାପ୍ତା ଚୋରାଚାଲାଣ । କନ୍ଧମାଳରୁ ଧରାପଡ଼ିଲା ବଜ୍ରକାପ୍ତା । କନ୍ଧମାଳ ଏନଏଚ୍ 59 ନିକଟ ଜାକିକିଆ ଗାଁରୁ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି । ଏହାସହ 2 ଜଣ ଅଟକ ରଖାଯାଇଛି । 2 ଅଭିଯୁକ୍ତ ହେଲେ ଶିବାନନ୍ଦ ମଲ୍ଲିକ ଓ ରାଷ୍ଟ୍ର ଭୋଇ ।

ଏସଟିଏଫ୍ ଓ ବାଲିଗୁଡ଼ା ବନ ବିଭାଗର ମିଳିତ ସହାୟତାରେ ଏହି ଚଢାଉ କରାଯାଇଥିଲା । ତେବେ ଏମାନେ କେଉଁଠି ବଜ୍ରକାପ୍ତା ଆଣିଥିଲେ, କେଉଁଠାକୁ ଚାଲାଣ କରୁଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏନେଇ ଅଧିକ ତଦନ୍ତ କରୁଛି ଏସଟିଏଫ୍ । ଗତ ବର୍ଷେ ମଧ୍ୟରେ ଏସଟିଏଫ୍ 20ଟି ଚିତାବାଘ ଛାଲ, 11ଟି ହାତୀ ଦାନ୍ତ, 2ଟି ହରୀଣ ଛାଲ, 7ଟି ବଜ୍ରକାପ୍ତା ଓ 15 କେଜି ବଜ୍ରକାପ୍ତା କାତି ଜବତ କରିଛି ।

ଏହାସହ 45 ଜଣଙ୍କୁ ଗିରଫ କରାଯାଇଛି । ତେବେ ଓଡ଼ିଶାରୁ ବଜ୍ରକାପ୍ତା ଚୀନ ଚାଲାଣ ହେଉଥିବା ଅଭିଯୋଗ ଆସିବା ପରେ ବିଭିନ୍ନ ଏସଟିଏଫ୍ ପକ୍ଷରୁ ଚଢାଉ କରାଯାଉଛି ।

ସୂଚନାଯୋଗ୍ୟ, ଗତକାଲି ଖୋର୍ଦ୍ଧାରୁ 3 କେଜିରୁ ଉର୍ଦ୍ଧ୍ୱ ବଜ୍ରକାପ୍ତା କାତି ଜବତ ହୋଇଥିଲା । ଏହି କାରବାର କରୁଥିବା ଅଭିଯୋଗରେ  ୨ଜଣଙ୍କୁ ଗିରଫ କରାଯାଇଥିଲା ।