Home ଅପରାଧ ଫସର ଫାଟିଲା ଜଙ୍ଗଲିଆ ରାସ୍ତାରେ ଲୁଟ୍ ଉଦ୍ୟମ

ଫସର ଫାଟିଲା ଜଙ୍ଗଲିଆ ରାସ୍ତାରେ ଲୁଟ୍ ଉଦ୍ୟମ

21

ବାଲେଶ୍ୱର,୧୮/୧୧/୨୧ (ଜିଲ୍ଲା ଖବର) : ଯାତ୍ରୀବାହୀ ବସ ଲୁଟ୍ ର ନୂଆ ଫଣ୍ଡା । 7 ଡକାୟତ ମିଶି କରିଥିଲେ ମାଷ୍ଟର ପ୍ଲାନ । ଜଙ୍ଗଲିଆ ରାସ୍ତା ଦେଖି ବଡ ବଡ ଗଛ କାଟି ରାସ୍ତାରେ ବିଛାଇଥିଲେ । ଆଗକୁ ବସ୍ ଯାଇପାରିବନି, ଭିତିରିଆ ରାସ୍ତା ଦେଖି ପାର କରାଇଦେବୁ ଏତିକି କହିଲା ବେଳକୁ ପହଞ୍ଚିଗଲେ ବନବିଭାଗ କର୍ମଚାରୀ ।

ଫସର ଫାଟିଗଲା ଲୁଟ୍ ଉଦ୍ୟମ । ବାଲେଶ୍ୱର ନୀଳିଗିରିର ଉଦଳା ପୂର୍ତ୍ତ ରାସ୍ତାର ସଜନାଗଡ଼ ନିକଟସ୍ଥ ତିନିକୋଶିଆ ଜଙ୍ଗଲୀ ରାସ୍ତାରେ ଦେଖିବାକୁ ମିଳିଛି ଏହି ଘଟଣା ।

ମୟୂରଭଞ୍ଜରୁ ଭୁବନେଶ୍ୱର ଯାଉଥୁବା ଏକ ଯାତ୍ରୀବାହୀ ବସକୁ ଟାର୍ଗେଟ କରିଥିଲେ ଲୁଟରା । ପ୍ଲାନ ମୁତାବକ  ସଜନାଗଡ଼ ନିକଟସ୍ଥ ତିନିକୋଶିଆ ଜଙ୍ଗଲୀ ରାସ୍ତାରେ ଗଛ ଗଡାଇଥିଲେ । ରାସ୍ତା ମଝିରେ ଗଛ ଦେଖି ଦ୍ରୁତ ଗତିରେ ଆସୁଥିବା ବସ୍ ଟି ଅଟକିଥିଲା ।

ସୌଭାଗ୍ୟ ବସତଃ ପେଟ୍ରୋଲିଂରେ ଥିବା ବନକର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାସହ ସ୍ଥାନୀୟ ଲୋକ ମଧ୍ୟ ପହଞ୍ଚିଥିଲେ । ଲୋକଙ୍କ ଗହଳି ଦେଖି ଜଙ୍ଗଲୀ ରାସ୍ତା ଦେଖି ଚମ୍ପଟ ମାରିଥିଲେ ଲୁଟେରା ।