
ନୂଆଦିଲ୍ଲୀ, ୧୮/୧୧/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଏବଂ ଅଭିନେତା ବିକି କୌଶଲଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି । ଫ୍ୟାନ୍ସ ମଧ୍ୟ ଏହି ଖବର ଶୁଣିବା ପରେ ତାଙ୍କ ବିବାହକୁ ବେଶ ଉସ୍ବାହର ସହ ଚାହିଁ ରହିଛନ୍ତି । ହେଲେ ବର୍ତ୍ତମାନ୍ ଯାଏ ଦୁହେଁ ଏହାକୁ ନେଇ କୌଣସି ଅଫିସିଆଲ ଘୋଷଣା କରି ନାହାଁନ୍ତି । ତେବେ ଏହାରି ମଧ୍ୟରେ ଆସନ୍ତୁ କ୍ୟାଟ୍ରିନାଙ୍କ ପରିବାର ବିଷୟରେ କିଛି ଗୁରୁତ୍ବପୂର୍ଣ୍ଣ କଥା ଜାଣିବା ।
୧୬ ଜୁଲାଇ ୧୯୮୩ ରେ ହଂକଂରେ ଜନ୍ମଗ୍ରହଣ କରିଥିଲେ କ୍ୟାଟ୍ରିନା । ତାଙ୍କ ପିତା ମହମ୍ମଦ କୈଫ ଜଣେ ବ୍ରିଟିଶ ବ୍ୟବସାୟୀ ଏବଂ ମାତା ସୁଜାନେ ତୁର୍କୋଟେ ଜଣେ ଓକିଲ ଏବଂ ସମାଜ ସେବୀ ଅଟନ୍ତି । ଆଠ ଭାଇ ଭଉଣୀଙ୍କ ମଧ୍ୟରେ ମଝିଆଁ ଝିଅ ହେଉଛନ୍ତି କ୍ୟାଟ୍ରିନା କୈଫ୍ । କ୍ୟାଟ୍ ଛୋଟ ଥିବା ସମୟରେ ତାଙ୍କ ବାପା-ମା’ଙ୍କର ଛାଡପତ୍ର ହୋଇ ଯାଇଥିଲା । ଏହାପରେ ତାଙ୍କ ମା’ ସବୁ ପିଲାଙ୍କ ଲାଳନପାଳନ କରି ବଡ କରିଥିଲେ ।
ଏକ ସାକ୍ଷାତକାରରେ କ୍ୟାଟ୍ରିନା ଏନେଇ କହିଛନ୍ତି ଯେ, ଲୋକଙ୍କ କଲ୍ୟାଣ ପାଇଁ ତାଙ୍କ ମା ତାଙ୍କୁ ଜୀବନ ଦେଇଛନ୍ତି । କ୍ୟାଟ୍ରିନାଙ୍କ ପାଠ ପଢା ବେଶ ଆକର୍ଷଣୀୟ ଥିଲା । ତାଙ୍କ ମା’ଙ୍କ କାମ ପାଇଁ ତାଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବାରମ୍ବାର ଯିବାକୁ ପଡୁଥିଲା । ହଂକଂରେ ଜନ୍ମ ପରେ ସେ ଚୀନ୍, ପରେ ଜାପାନ, ଫ୍ରାନ୍ସ, ସ୍ୱିଜରଲ୍ୟାଣ୍ଡ ଏବଂ ଅନେକ ୟୁରୋପୀୟ ଦେଶକୁ ଯାଇଥିଲେ । କ୍ୟାଟ୍ରିନା ପୋଲାଣ୍ଡ, ବେଲଜିୟମ, ହାୱାଇରେ ମଧ୍ୟ କିଛି ସମୟ ଅତିବାହିତ କରିଛନ୍ତି । ଏହା ପରେ ସେ ଲଣ୍ଡନ ଯାଇଥିଲେ । ସେଠାରେ ସେ ତିନି ବର୍ଷ ରହିବା ପରେ ଭାରତ ଆସିଥିଲେ । ଭାରତରେ କାମ ପାଇଁ କିଛି ଅଫର ପାଇଥିଲେ । ଯେଉଁଥିପାଇଁ ସେ ଏଠାକୁ ସିଫ୍ଟ ହୋଇ ଯାଇଥିଲେ । ଆଉ ସେବେଠାରୁ ଏବେ ଯାଏ ସେ ଏଠାରେ ହିଁ ରହିଛି । ଏବେ ଏହା ତାଙ୍କର ଠିକଣା ପାଲଟିଛି ।
ତେବେ ପ୍ରଥମେ ତାଙ୍କ ନାଁ ‘କ୍ୟାଟ୍ରିନା ତୁର୍କୋଟେ’ ଥିଲା, କିନ୍ତୁ ପରେ ସେ ତାଙ୍କ ନାଁ ପରିବର୍ତ୍ତନ କରି ବାପାଙ୍କ ନାଁରେ ‘କ୍ୟାଟ୍ରିନା କୈଫ୍’ ରେ ପରିବର୍ତ୍ତନ କରିଥିଲେ ।
ଅନ୍ୟପଟେ କ୍ୟାଟ୍ରିନା ପ୍ରଥମେ ବଲିଉଡରେ ଡେବ୍ୟୁ କରିବା ପରେ ସଙ୍ଗେସଙ୍ଗେ ବେଶ ହିଟ୍ ହୋଇ,ନିଜର ପରିଚୟ ସୃଷ୍ଟି କରିଥିଲେ । ଏହାପରେ ସେ ଅନେକ ବଡବଡ କଳାକାରଙ୍କ ସହ ମିଶି କାମ କରିଛନ୍ତି ।


