Home ଆଞ୍ଚଳିକ IND Vs NZ; ନ୍ୟୁଜିଲାଣ୍ଡକୁ 5 ୱିକେଟରେ ହରାଇଲା ଟିମ୍ ଇଣ୍ଡିଆ

IND Vs NZ; ନ୍ୟୁଜିଲାଣ୍ଡକୁ 5 ୱିକେଟରେ ହରାଇଲା ଟିମ୍ ଇଣ୍ଡିଆ

12

୧୮/୧୧/୨୧ (ଜିଲ୍ଲା ଖବର) :  ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି-20ରେ ଭାରତର ଜବରଦସ୍ତ ବିଜୟ । ନ୍ୟୁଜିଲାଣ୍ଡକୁ 5 ୱିକେଟରେ ହରାଇଲା ଭାରତ । ନ୍ୟୁଜିଲାଣ୍ଡ ଦେଇଥିବା 165 ରନର ବିଜୟ ଲକ୍ଷ୍ୟକୁ ଶେଷ ଓଭରରେ ହାସଲ କରି ନେଇଛି ଭାରତ।

ଭାରତ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ସର୍ବାଧିକ 60 ରନ କରିଥିବା ବେଳେ ଅଧିନାୟକ ରୋହିତ ଶର୍ମା 48 ରନ କରିଥିଲେ । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରେ ୬ ଓ୍ବିକେଟ ହରାଇ ୧୬୪ ରନ ସଂଗ୍ରହ କରିଥିଲା ନ୍ୟୁଜିଲାଣ୍ଡ ।

ମାର୍ଟିନ୍‌ ଗପ୍ଟିଲ ଏବଂ ମାର୍କ ଚାପମାନଙ୍କ ଅର୍ଦ୍ଧଶତକ ପାଳି ଖେଳିଥିଲେ । ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନ, ଭୁବନେଶ୍ୱର କୁମାର ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଦୀପକ ଚହର ଏବଂ ମହମ୍ମଦ ସିରାଜ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଥିଲେ ।