
୧୮/୧୧/୨୧ (ଜିଲ୍ଲା ଖବର) : ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ଆସନ୍ତାକାଲି ସ୍ଥଳଭାଗ ଛୁଇଁବ । ଦକ୍ଷିଣ ଆନ୍ଧ୍ରପ୍ରଦେଶ ଏବଂ ଉତ୍ତର ତାମିଲନାଡୁ ଅଞ୍ଚଳରେ ଏହା ସ୍ଥଳଭାଗ ଛୁଇଁବ । ଏହା ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡିଶାରେ କେତେକ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।
ଆଞ୍ଚଳିକ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ 20 ତାରିଖରେ ଦକ୍ଷିଣ ଓଡିଶାର ମାଲକାନଗିରି, ରାୟଗଡା, କୋରାପୁଟ, କନ୍ଧମାଳରେ ବର୍ଷାର ପରିମାଣ ବଢିବ । ସେହିପରି ଲଘୁଚାପ ପ୍ରଭାବରେ କୋହଲା ପାଗ ରହିବା ଦ୍ୱାରା ରାଜ୍ୟରେ ରାତିର ତାପମାତ୍ର ମଧ୍ୟ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି ।
ଅନ୍ୟପଟେ ଗତ କିଛି ଦିନ ଧରି ରାଜ୍ୟରେ ଲଗାଣ ବର୍ଷାରେ ଚାଷୀ ଚିନ୍ତାରେ । ଚାଷ ଜମିରେ ପାଣି ଜମି ରହିଥିବାରୁ ବର୍ଷକର ଅମଳ ଫସଲ ନଷ୍ଟ ହେଉଛି । ଏନେଇ ରାଜ୍ୟର ବିଭିନ୍ନ ଜିଲ୍ଲାରେ କ୍ଷତିପୂରଣ ଦେବାକୁ ସରକାରଙ୍କୁ ଦାବି କରିଛନ୍ତି ଚାଷୀ । ପ୍ରତିବାଦରେ ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଚାଷୀ ଅନ୍ଦୋଳନ କରୁଥିବା ଦେଖିବାକୁ ମିଳୁଛି ।


