ବାପ ଘରକୁ ବୁଲିବାକୁ ଯାଇ ପୋଖରୀରେ ବୁଡି ମା ଓ ପୁଅ ମୃତ

10

କଟକ,୧୮/୧୧/୨୧ (ଜିଲ୍ଲା ଖବର) :  ପୋଖରୀରେ ବୁଡି ମାଆ, ପୁଅ ମୃତ । କଟକ ଜିଲ୍ଲା ନିଆଳିର କୃଷ୍ଣପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ପୁରୁଣାସାତଙ୍ଗ ଗାଁରେ ଘଟିଛି ଏଭଳି ଦୁଃଖ ଘଟଣା ।  ପୋଖରୀରେ ଗାଧୋଉ ଥିବାବେଳେ  ମା’ ଓ ପୁଅ ବୁଡ଼ିଯାଇଥିବା ଜଣାପଡିଛି ।

ମୃତକ ହେଲେ ମା’ ରିତା ମିଶ୍ର ଓ ପୁଅ ପ୍ରଭୁ ମିଶ୍ର । ରିତାଙ୍କ ବୟସ ୨୭ ବର୍ଷ ହୋଇଥିବା ବେଳେ ପୁଅକୁ ୭ବର୍ଷ ହୋଇଥିବା ଜଣାଯାଇଛି । କାକଟପୁର ଭେଡ଼ାବନ୍ଧରେ ରିତାଙ୍କ ଶ୍ୱଶୁର ଘର । ସାଙ୍ଗରେ ପୁଅକୁ ନେଇ ସେ ବାପ ଘର ପୁରୁଣା ସାତଙ୍ଗକୁ  ବୁଲିବାକୁ ଆସିଥିଲେ ।

ଆଜି ସକାଳେ ପୋଖରୀରେ ଗାଧୋଉଥିବାବେଳେ ବୁଡିଯାଇଥିଲେ । ଏନେଇ ଗ୍ରାମବସୀ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ।  ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ମୃତଦେହ ଉଦ୍ଧାର କରିଥିଲେ। ପୋଲିସ ଘଟଣାର ତଦନ୍ତ କରୁଥିବାବେଳ ଗାଁ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି ।