
ଗଜପତି/ବାଲେଶ୍ୱର, ୧୮/୧୧/୨୧ (ଜିଲ୍ଲା ଖବର) : କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଓ ବାଲେଶ୍ଵର ଅବକାରୀ ବିଭାଗର ମିଳିତ ଚଢ଼ାଉ। ନୀଳଗିରି ଘାଟଘରସାହି ଅଂଚଳରେ ଚଢ଼ାଉ କରି ୫୦ କିଲୋ ଗଞ୍ଜେଇ ଜବତ କରିଛନ୍ତି।
ଗଞ୍ଜେଇ ବାହାରୁ ଆସି ଗଚ୍ଛିତ ରହିଥିବା ବିଶେଷ ସୂତ୍ରରୁ ଖବର ପାଇ କଟକ କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ । ପରେ ଚଢାଉ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା । ଏନେଇ ଜଣଙ୍କୁ ଗିରଫ କରିଛି ପୋଲିସ ।
ସେହିପରି ଗଜପତି ମୋହନା ଥାନା ଚନ୍ଦ୍ରଗିରିରୁ ଗଞ୍ଜେଇ ବୋଝେଇ ଗାଡ଼ି ଜବତ ହୋଇଛି । ବୋଲେରୋ ଯୋଗେ ବ୍ରହ୍ମପୁରକୁ ଗଞ୍ଜେଇ ଚୋରାଚାଲାଣ କରାଯାଉଥିଲା । ଏଥିରେ ଜଣଙ୍କୁ ଗିରଫ କରିଛି ମୋହନା ପୋଲିସ୍ ।
ଗିରଫ ଜଣଙ୍କ ହେଲେ ମୋହନା ଥାନା ଚନ୍ଦ୍ରଗିରି ଗ୍ରାମର ପ୍ରତାପ ବିରୋ । ମୋହନା ଥାନା ଟିମ୍ ତଲାସୀଂ ଗ୍ରାମ ନିକଟରେ ପେଟ୍ରୋଲିଂ କରୁଥିବା ଏହି ଗଞ୍ଜେଇ ଗାଡ଼ିକୁ ଜବତ କରିଛି ।



