Monday, November 16, 2026
Home ଆଞ୍ଚଳିକ ଦୁଇଗୋଷ୍ଠୀ ବିବାଦରେ ଅଟକି ରହିଲା ବିସର୍ଜନ

ଦୁଇଗୋଷ୍ଠୀ ବିବାଦରେ ଅଟକି ରହିଲା ବିସର୍ଜନ

16

ହିଞ୍ଜିଳକାଟୁ,୧୭/୧୧/୨୧(ଜିଲ୍ଲା ଖବର):ହିଞ୍ଜିଳିକାଟୁ ପୌରାଞ୍ଚଳ ଅଙ୍କୋରଡ଼ା ଗ୍ରାମରେ ମା କଳୁଆ ଯାତ୍ରାକୁ ନେଇ ୨ଗୋଷ୍ଠି ମଧ୍ୟରେ ବିବାଦ ।ଅଙ୍କୋରଡ଼ା କଳୁଆ ଯାତ୍ରା ଗତ ଏକସପ୍ତାହ ଧରି ଚାଲିଥିଲା ।ଆଜି ଥିଲା ମା ଙ୍କ ବିସର୍ଜନ।କିନ୍ତୁ ଗତକାଲି ରାତି ରେ ମା କାଳୁଆ ଙ୍କ ଗ୍ରାମ୍ୟ ପରିକ୍ରମା ପାଟୁଆ ସମୟ ରେ ଦୁଇ ସାହି ମଧ୍ୟରେ କିଛି ଯୁବକଙ୍କ ମଧ୍ୟରେ ବିବାଦ ହୋଇଥିବା ବେଳେ ଆଜି ମା କାଳୁଆ ଙ୍କ ଶେଷ ଦିବସ ରେ ଗ୍ରାମ ପରିକ୍ରମା କରିବାକୁ ଥିବା ବେଳେ ମା କାଳୁଆ ଙ୍କ ନଗର ପରିକ୍ରମା ନ କରିବାକୁ ନେଇ ଏହି ବିବାଦ ଦୁଇ ଗୋଷ୍ଠି ମଧ୍ୟରେ ଦିନ ଛ ଘଣ୍ଟା ଧରି ଲାଗି ରହିଥିଲା। ଗ୍ରାମ ରେ ଅଶାନ୍ତ ଙ୍କୁ ନଜର ରଖି ଘଟଣା ସ୍ଥଳରେ ହିଂଜିଲି ପୋଲିସର ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ପହଂଚି ଘଟଣା ର ପରିସ୍ଥିତିକୁ ସୁଧାର ପାଇଁ ଚେଷ୍ଟା କରିଥିଲେ କିନ୍ତୁ ପରିସ୍ଥିତି ଅସମ୍ଭାଳ ହେବାରୁ 4ରୁ ଉର୍ଦ୍ଧ୍ବ ପ୍ଲାଟୁନ ପୋଲିସ ସହ ଆସିକା ଏସଡିପିଓ ଉମାଶଙ୍କର ସିଂ ପୁରସ୍ତୋମପୁର ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ , ସେରଗଡ ଆଇ ଆଇ ସି ମମତା ସାମନ୍ତରାୟ, ପାଟପୁର ଆଇ ଆଇ ସି ସବ୍ୟସାଚୀ ମଲ୍ଲ ,ଆସିକା ଆଇ ଆଇ ସି ପ୍ରଶାନ୍ତ ସାହୁ ଉପସ୍ଥିତ ରହି ଉତ୍ୟକ୍ତ ଲୋକଙ୍କୁ ବହୁ ବୁଝା ସୁଝା କରି ବିସର୍ଜନ ଏବଂ ନଗର ପରିକ୍ରମା କରାଇ ଥିଲେ ।
ରିପୋର୍ଟ:ତାପସ କୁମାର ପଣ୍ଡା