Saturday, November 14, 2026
Home ଆଞ୍ଚଳିକ ରାସ୍ତା ପାଲଟିଛି ଗାଈଗୋରୁ ଙ୍କ ଆଶ୍ରୟ ସ୍ଥଳୀ

ରାସ୍ତା ପାଲଟିଛି ଗାଈଗୋରୁ ଙ୍କ ଆଶ୍ରୟ ସ୍ଥଳୀ

53

ବିଷମକଟକ –୧୭-୧୧-(ଜିଲ୍ଲା ଖବର) : କିଛି ମାସ ହେଲା ବିଷମକଟକ ବ୍କକ୍ ର ହାଟମୁନିଗୁଡା ମୁଖ୍ୟ ସଡକ ଉପରେ ଗାଈଗୋରୁ ଆଶ୍ରୟ ନେଇଥିବା ଦୃଶ୍ୟ ଦେଖିବାକୁ ମିଳୁଛି।ଦିନକୁ ଦିନ ଏହାର ଗାଡି ମୋଟର ଯାତାୟତରେ ନାହିଁ ନଥିବା ସମସ୍ୟା ସୃଷ୍ଟି କରୁଛି। ଏହା ମଧ୍ୟରେ ଦୁଇ ଦୁଇ ଥର ଦୁର୍ଘଟଣା ଘଟି ଗାଈବାଛୁରୀ ଙ୍କ ମୃତ୍ୟୁ ହେଲାଣି।ଗୋପାଳକ ମାନେ ଗାଈଗୋରୁ ଙ୍କ ଉପଯୁକ୍ତ ଯତ୍ନ ନ ନେଇ ସେମାନଙ୍କ ଅବହେଳା କରିବା ଯୋଗୁଁ ବହୁ ଧନ ଜୀବନ ନଷ୍ଟ ହେଉଛି। ଏଣୁ ସେମାନଙ୍କୁ ନିବେଦନ ନିଜ ନିଜ ଗାଈଗୋରୁ ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ରାସ୍ତାରେ ଗାଈଗୋରୁ ପ୍ରତି ହେଉଥିବା ଦୁର୍ଘଟଣା ଏଡାଇ ବା ପାଇଁ ଚେଷ୍ଟା କରନ୍ତୁ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।
ରିପୋର୍ଟ : ପ୍ରସନ ପଣ୍ଡା