
ନୂଆଦିଲ୍ଲୀ, ୧୭/୧୧/୨୧ (ଜିଲ୍ଲା ଖବର ) : ବଲିଉଡ ଅଭିନେତ୍ରୀ ରାଣୀ ମୁଖାର୍ଜି କଲେ ନୂଆ ଖୁଲାସା । ସେ କହିଛନ୍ତି ଯେ, ତାଙ୍କ ଝିଅ ଆଦିରା ତାଙ୍କ ଫିଲ୍ମ ବଣ୍ଟି ଔର ବବଲି ୨ ର ଏକ ସିନରେ କାନ୍ଦିରବାର ଆକ୍ଟିଂ କରୁଥିବା ଦେଖି , ସେ ନିଜେ କାନ୍ଦିବାରେ ଲାଗିଥିଲେ । ୟଶରାଜ୍ ଫିଲ୍ମସ୍ ଦ୍ବାରା, ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ଜାରି କରାଯାଇଥିବା ଏକ ଭିଡିଓ ରେ ଅଭିନେତା ସୈଫ ଅଲ୍ଲୀ ଖାନ୍ ରାଣୀ ମୁଖାର୍ଜିଙ୍କୁ ପଚାରୁଛନ୍ତି ଯେ, ଆଦିରା କ’ଣ ତୁମକୁ ପୂର୍ବରୁ ଅନସ୍କ୍ରିନ୍ ଦେଖିଥିଲେ । ଏହାପରେ ରାଣୀ ମୂଖାର୍ଜି କହିଥିଲେ ଯେ, ହଁ ସେ ମତେ ପୂର୍ବରୁ ଅନସ୍କ୍ରିନ୍ ଦେଖିଛନ୍ତି । ସେ ବଣ୍ଟି ଔର ବବଲି ୨ ର ସୁଟିଂ ସମୟରେ ଆମ ସହ ଆବୁଧାବି ଆସିଥିଲେ ।
ଠିକ୍ ଏମିତି କଥାବାର୍ତ୍ତା ଭିତରେ ରାଣୀ କହିଥିଲେ ଯେ, ଆଦିରାକୁ ମୁଁ ବଣ୍ଟି ଔର ବବଲି ୨ ଦେଖାଇବାକୁ ଚେଷ୍ଟା କରିଥିଲି । ଏକ ମିନିଟର ଏକ ଦୃଶ୍ୟରେ, ଯେଉଁଠି ମୁଁ କାନ୍ଦିବାର ଅଭିନୟ କରୁଥିଲି ,ତାକୁ ଦେଖି ସେ ମଧ୍ୟ କାନ୍ଦିବାରେ ଲାଗିଥିଲେ ।
ମତେ ଲାଗୁନାହିଁ କି ସେ ମତେ କାନ୍ଦିବାର ଦେଖି ସହଜ ଓ ଠିକ୍ ଥିଲେ । ସେ ଏକଥା ମଧ୍ୟ କହିଥିଲେ ତାଙ୍କ ଝିଅ ତାଙ୍କୁ ପରଦାରେ ନାଚୁଥିବାର ଦେଖିବାକୁ ପସନ୍ଦ କରନ୍ତି । ମୁଁ ମଜା କରୁଥିବାର ଦେଖିବାକୁ ସେ ପସନ୍ଦ କରନ୍ତି ।
ପ୍ରକାଶ ଥାଉକି, ରାଣୀ ମୁଖାର୍ଜି ଏବଂ ସୈଫ ଅଲ୍ଲୀ ଖାନଙ୍କ ଅଭିନୀତ ଫିଲ୍ମ’ବଣ୍ଟି ଔର ବବଲି ୨’ ରିଲିଜ୍ ହେବାକୁ ଯାଉଛି । ଏଥିରେ ଗୃହିଣୀ ଭୂମିକାରେ ନଜର ଆସିବେ ରାଣୀ ମୁଖାର୍ଜି । ଏଥିରେ ରାଣି ମୁଖାର୍ଜି, ସୈଫ୍ ଅଲ୍ଲୀ ଖାନ୍ ଙ୍କ ସମେତ ସିଦ୍ଧାନ୍ତ ଚର୍ତୁବେଦୀ ଏବଂ ସରବରୀ ଓ୍ବାଘ୍ ମୁଖ୍ୟ ଭୁମିକାରେ ନଜର ଆସିବେ ।


