Monday, October 19, 2026
Home ଅପରାଧ ଲଘୁଚାପ ଜନିତ ବର୍ଷା ଏବଂ ଚକଡା ପୋକ ପାଇଁ ହନ୍ତସନ୍ତ ଚାଷୀ

ଲଘୁଚାପ ଜନିତ ବର୍ଷା ଏବଂ ଚକଡା ପୋକ ପାଇଁ ହନ୍ତସନ୍ତ ଚାଷୀ

17

ବାଲେଶ୍ବର , ୧୭/୧୧/୨୧ (ଜିଲ୍ଲା ଖବର ) : ବାଲେଶ୍ବର ଔପଦା ବ୍ଲକରେ ଚକଡ଼ା ପୋକ ଚିନ୍ତା।  ଜଗନ୍ନାଥପୁର, ବଡପୋଖରୀ, ଅଘିରାପଦା ସହ ଵିଭିନ୍ନ ଗ୍ରାମର ଶହଶହ ଏକର ଚାଷ ଜମିରେ ଚକଡା଼ ପୋକ ଲାଗିଛି। ସେପଟେ ଲଘୁ ଚାପ ଜନିତ ବର୍ଷା ଚାଷୀ ଅମଳକୁ ନେଇ ଆଶା ଆଶଙ୍କା ମଧ୍ୟରେ ଗତି କରୁଛନ୍ତି l  ପ୍ରଥମେ ଚକଡା ପୋକ ଲାଗି ଏକର ଏକର ଧାନ ଗଛ ନଷ୍ଟ ହୋଇଯାଇଥିଲା l

ଏବେ ଲଘୁଚାପ ଜନିତ ବର୍ଷା ଯୋଗୁ ଧାନ ଗଛ ଗୁଡିକ ମାଟିରେ ଲାଗିଯାଉଛି l ଯାହାକୁ ନେଇ ଏବେ ଚାଷୀମାନେ ଭାଙ୍ଗିପଡିଛନ୍ତି l ଚାଷୀ ଚାଷ କରି ବର୍ଷଯାକର ଫସଲ ଅମଳ ଆଶା ରଖିଥିବା ବେଳେ ଏବେ ତାହା ବୃଥା ଯିବ ବୋଲି କହିଲେଣି ଚାଷୀ l

ଚାଷୀମାନେ ଧାର କରଜ କରି ଚାଷ କରଥିଲେ କିନ୍ତୁ ଏବେ ଆଉ ବିଲରୁ ଧାନ ମିଳିବ କି ନାହିଁ ତାହା ଚାଷୀଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି l ହଜାର ହଜାର ଟଙ୍କା ଖର୍ଚ୍ଚ କରି ଚାଷ କରିଥିବା ବେଳେ ତାହା କିପରି ପରିଶୋଧ କରିବେ ତାକୁ ନେଇ ଚାଷୀ କୁଳ ହତାଶ ହୋଇଛନ୍ତି l

ଅନ୍ୟପଟେ ବର୍ଷା ଛାଡିଲେ ପୁଣି ରୋଗ ପୋକ ଅଧିକ ଲାଗିବା ଆଶା କରୁଛନ୍ତି ଚାଷୀ l ତେଣୁ ଚାଷୀ ଆଉ ଅମଳ କରିବା କୁ ଆଶା ନଥିବା କହିଛନ୍ତି, ସରକାର ଚାଷୀଙ୍କ ପାଇଁ ସହାୟତା କରିବାକୁ ଦାବି କରିଛନ୍ତି ଚାଷୀ l