
ନୂଆଦିଲ୍ଲୀ, ୧୭/୧୧/୨୧ (ଜିଲ୍ଲା ଖବର ) : ପୁଣି ଘୁଞ୍ଚିଲା ବଲିଉଡ ଅଭିନେତା ଅମିର ଖାନ୍ ଏବଂ ଅଭିନେତ୍ରୀ କରୀନା କପୁରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ’ଲାଲ୍ ସିଂହ ଚଢା’ର ରିଲିଜ୍ ଡେଟ୍ । ତେବେ ଏହି ଫିଲ୍ମକୁ ନେଇ ଅମିର ଖାନ୍ ଏବଂ କରୀନା କପୁର ବେଶ ଚର୍ଚ୍ଚାରେ ଥିବା ବେଳେ, ଉଭୟଙ୍କ ଫ୍ୟାନ୍ସ ମଧ୍ୟ ଅନେକ ଦିନରୁ ଏହି ଫିଲ୍ମକୁ ବେଶ ଉସ୍ବାହର ସହ ଅପେକ୍ଷା କରି ରହିଛନ୍ତି ।
ଖବର ଅନୁଯାୟୀ, ଫିଲ୍ମଟି ଆସନ୍ତା ବର୍ଷ ଇଦ୍ ଅବସରରେ ରିଲିଜ୍ କରାଯାଇପାରେ । ହେଲେ ଏହାକୁ ନେଇ କୌଣସି ଅଫିସିଆଲ ଘୋଷଣା କରାଯାଇ ନାହିଁ । ଏହା ସହିତ ଏହାର ରିଲିଜ୍ ଡେଟକୁ କାହିଁକି ଘୁଞ୍ଚା ଯାଇଛି ,ତାର କାରଣ ମଧ୍ୟ କିଛି ସ୍ପଷ୍ଟ ହୋଇ ନାହିଁ ।
ଫିଲ୍ମଟି ୧୧ ଫେବୃୟାରୀ ୨୦୨୨ରେ ରିଲିଜ୍ ହେବାକୁ ଥିବା ବେଳେ, ଏବେ ଏହା ୧୪ ଏପ୍ରିଲ ୨୦୨୨ରେ ରିଲିଜ୍ ହୋଇପାରେ ବୋଲି କୁହାଯାଉଛି ।


