Sunday, October 11, 2026
Home ଅପରାଧ ପୁଣି ସୋସିଆଲ ମିଡିଆକୁ ଫେରିଲେ ଅନନ୍ୟା

ପୁଣି ସୋସିଆଲ ମିଡିଆକୁ ଫେରିଲେ ଅନନ୍ୟା

16

ନୂଆଦିଲ୍ଲୀ,୧୭/୧୧/୨୧ (ଜିଲ୍ଲା ଖବର ) : ଡ୍ରଗ୍ସ ମାମଲାରେ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ନାଁରେ ସମନ ଜାରି ହେବା ପରେ ,ସୋସିଆଲ ମିଡିଆରୁ କିଛି ଦିନ ପାଇଁ ଦୂରେଇ ରହିଥିବା ଅନନ୍ୟା , ନିକଟରେ ପୁଣି ସୋସିଆଲ ମିଡିଆକୁ ଫେରିଛନ୍ତି ।

ନିକଟରେ ସେ କିଛି ଫଟୋ ଓ ଭିଡିଓ ସେୟାର କରି ପୁଣି ଥରେ ତାଙ୍କ ଫ୍ୟାନମାନଙ୍କ ସହ ଯୋଡି ହୋଇଛନ୍ତି । ସେ ଏକ ଭିଡିଓ ସେୟାର କରି କ୍ୟାପ୍ସନରେ ଲେଖିଛନ୍ତି ଯେ, ବିନା ବର୍ଷାରେ ଆପଣଙ୍କୁ ଇନ୍ଦ୍ରଧନୁ ଦେଖାଯିବ ନାହିଁ । ତାଙ୍କ ଭିଡିଓରେ ଇନ୍ଦ୍ରଧନୁ ମଧ୍ୟ ଦେଖା ଯାଉଛି । ଯାହା ଏବେ ବେଶ ଭାଇରାଲ ହେଉଛି । ଫ୍ୟାନ୍ସଙ୍କ ଠାରୁ ଆରମ୍ଭ କରି ଅନେକ ସେଲିବ୍ରେଟି ଯାଏ, ସମସ୍ତେ ଏହାକୁ ପସନ୍ଦ କରିବା ସହିତ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ।

ବର୍ତ୍ତମାନ, ଅନନ୍ୟା ତାଙ୍କ କାମ ଜୀବନରେ ବ୍ୟସ୍ତ ଅଛନ୍ତି । ସେ ବର୍ତ୍ତମାନ ନିଜ କାମ ଉପରେ ବିଶେଷ ଧ୍ୟାନ ଦେବାକୁ ଚାହୁଁଛନ୍ତି।