Monday, November 16, 2026
Home ଆଞ୍ଚଳିକ ୮୨ ତମ ଅଲ ଇଣ୍ଡିଆ ପ୍ରିଜାଇଡିଂ ଅଫିସର୍ସ କନଫରେନ୍ସକୁ ସମ୍ବୋଧନ କରିବେ ମୋଦି

୮୨ ତମ ଅଲ ଇଣ୍ଡିଆ ପ୍ରିଜାଇଡିଂ ଅଫିସର୍ସ କନଫରେନ୍ସକୁ ସମ୍ବୋଧନ କରିବେ ମୋଦି

14

୧୭/୧୧/୨୧ (ଜିଲ୍ଲା ଖବର ) :୮୨ ତମ ଅଲ ଇଣ୍ଡିଆ ପ୍ରିଜାଇଡିଂ ଅଫିସର୍ସ କନଫରେନ୍ସର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିବେ ମୋଦି।  ଯେଉଁଥିରେ ଲୋକସଭା ବାଚସ୍ପତି ଓମ ବିର୍ଲା ଅଧ୍ୟକ୍ଷତା କରିବେ ।

ଏହି ବୈଠକରେ ସମସ୍ତ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳର ପ୍ରିଜାଇଡିଂ ଅଫିସର୍ସମାନେ ଯୋଗଦେବେ । ହିମାଞ୍ଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଓ ଅନେକ କେନ୍ଦ୍ରମନ୍ତ୍ରୀ ମଧ୍ୟ ଏହି ବୈଠକରେ ଯୋଗଦେବେ । ଏହି ବୈଠକରେ ଲୋକସଭା, ରାଜ୍ୟସଭା ଏବଂ ବିଧାନସଭାକୁ ସଶକ୍ତ କରିବା ଓ ବିଧାନ ପରିଷଦ ଉପରେ ଆଲୋଚନା ହେବ ବୋଲି ଓମ୍ ବିର୍ଲା ସୂଚନା ଦେଇଛନ୍ତି ।

୧୭-୧୮ ନଭେମ୍ବର ୨୦୨୧ରେ ଅଲ୍ ଇଣ୍ଡିଆ ପ୍ରେସିଡିଂ ଅଫିସର୍ସ କନଫରେନ୍ସ ଏହାର ଶତବାର୍ଷିକୀ ପାଳନ କରୁଛି। ଏହାର ପ୍ରଥମ ସମ୍ମିଳନୀ ମଧ୍ୟ ୧୯୨୧ରେ ଶିମଲାରେ ଅନୁଷ୍ଠିତ ହୋଇଥିଲା।