Sunday, November 15, 2026
Home ଆଞ୍ଚଳିକ ଆଡିକିଆ ବେଶରେ ବଡ ଠାକୁର

ଆଡିକିଆ ବେଶରେ ବଡ ଠାକୁର

81

୧୭/୧୧/୨୧ (ଜିଲ୍ଲା ଖବର ) : ଆଜି ପଞ୍ଚୁକର ୩ୟ ଦିନ। ଶ୍ରୀମନ୍ଦିରରେ ଜଗନ୍ନାଥ ମହାପ୍ରଭୁଙ୍କ ଆଡକିଆ ବେଶ। ପ୍ରଥମ ଦିନ ମହାପ୍ରଭୁଙ୍କ ଠିଆକିଆ, ୨ୟ ଦିବସରେ ମହାପ୍ରଭୁଙ୍କ ବାଙ୍କଚୂଡା ବେଶ ପରେ ଆଜି କାଳିଆ ଠାକୁର ସଜେଇ ହେବେ ଆଡକିଆ ବେଶରେ। ଏହାକୁ ଅନ୍ୟ ଅର୍ଥରେ ମଧ୍ୟ ତ୍ରିବିକ୍ରମ ବେଶ ମଧ୍ୟ କୁହାଯାଏ।

ତ୍ରିବିକ୍ରମ ହେଉଛି ଭଗବାନ ବିଷ୍ଣୁଙ୍କ ବାମନାବତାରର ଗୋଟିଏ ନାଁ। ଯେଉଁଥିରେ ସେ ୩ ପାଦରେ ସମଗ୍ର ସଂସାରକୁ ମାପି ଦେଇଥିଲେ। 


ମହାପ୍ରଭୁଙ୍କ  ଏହି ଦିବ୍ୟ ବେଶରେ ମହାପ୍ରଭୁଙ୍କ ସୁବର୍ଣ୍ଣ କିଆଗୁଡିକୁ ଆଡ କରି ବା ତିର୍ଜକ ଭାବରେ ମହାପ୍ରଭୁଙ୍କ ତ୍ରିମୁଣ୍ଡିରେ ଖୋସି ଦିଆଯାଇଥାଏ। ମହାପ୍ରଭୁଙ୍କ ଚୂଳର ଶେଷ ଭାଗରେ ଏକ ସୁବର୍ଣ୍ଣ ଚନ୍ଦ୍ରିକା ଖଞ୍ଜି ଦିଆଯାଏ। ମା’ ସୁଭଦ୍ରାଙ୍କୁ ଏହି ବେଶରେ ଚୁଳ ଲାଗି କରାଯାଏ ନାହିଁ। ମା’ଙ୍କ ମଥାରେ ସୁବର୍ଣ୍ଣ କିରିଟୀ ଶୋଭାପାଏ। ମହାପ୍ରଭୁମାନଙ୍କୁ ତ୍ରିକଚ୍ଛ ମାରି ବେଶ କରାଯାଇଥାଏ।


ସୁବର୍ଣ୍ଣ ଶ୍ରୀହସ୍ତ ଶ୍ରୀପୟରରେ ବଡଠାକୁର ଓ କଳାଠାକୁର ଶୋଭା ପାଆନ୍ତି। ସୁନାବେଶରେ ବ୍ୟବହୃତ ଅଳଙ୍କାର ବିଶେଷ ଠାକୁରମାନେ ଲାଗି ହୁଅନ୍ତି।