
୧୭/୧୧/୨୧ (ଜିଲ୍ଲା ଖବର ) : ବ୍ରହ୍ମପୁର ସହର ହୋଇପାରେ ଅନ୍ଧାର । ଦୀର୍ଘ ବର୍ଷଧରି ବ୍ରହ୍ମପୁର ମହାନଗର ନିଗମ ବିଦ୍ୟୁତ ବିଲ୍ ପୈଠ ନ କରିବାରୁ ବିଦ୍ୟୁତ କାଟି ଦେବାକୁ ଧମକ ଦେଇଛି ଟାଟା ପାୱାର। ୨୦୨୧ ପୂର୍ବରୁ ଟିପିଏସ୍ଓ ଡିଏଲ୍କୁ BMC ପ୍ରାୟ ୧୬କୋଟି ଦେବାର ଥିଲା।
ଏ ବର୍ଷ ମାର୍ଚ୍ଚ ୨୨ , ଜୁଲାଇ ୨୧ ଓ ୨୨ରେ ସିଟି ସର୍କଲ, ବିଇଡି ପକ୍ଷରୁ ନିଗମକୁ ନୋଟିସ୍ ଦିଆଯାଇଥିଲା। ବିଦ୍ୟୁତ ବିଲ୍ ପୈଠ ପାଇଁ ନିଗମ ଅକ୍ଷମତା ପ୍ରକାଶ କରିବା ପରେ ଟିପିଏସ୍ଓ ଡିଏଲ୍ ପକ୍ଷରୁ ଓଟିଏସ୍ ମାଧ୍ୟମରେ ପ୍ରାୟ ୮କୋଟି ୫୫ଲକ୍ଷ ଟଙ୍କା ଛାଡକରି ବଳକା ୭କୋଟି ୬୫ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଅଗଷ୍ଟ ୨୨ରେ ନୋଟିସ୍ ହୋଇଥିଲା। ଏହାଭିତରେ ଅଢ଼େଇମାସ ବିତିଥିଲେ ବି ବିଏମସି ପକ୍ଷରୁ ବିଲ୍ ପୈଠ ହେଲାନାହିଁ।
ଏବେ ସହର ଭିତରେ ଥିବା ପ୍ରାୟ ୧୬୫୦୦ରୁ ଉର୍ଦ୍ଧ୍ଵ ଷ୍ଟିଟ ଲାଇଟରୁ ବିଦ୍ୟୁତ ବିଛିନ୍ନ କରିବାକୁ ଚେତାବନୀ ଦେଇଛି ଟାଟା ପାୱାର। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ।


