
୧୭/୧୧/୨୧ (ଜିଲ୍ଲା ଖବର ) : ରାତି ଅଧିଆ ଗାଈ ଚୋରୀ କରୁଛନ୍ତି ଗୋ ମାଫିଆ । ଚୋରୀ କରୁଥିବା ବେଳେ ଚୋରୀ ସମୟର ଦୃଶ୍ୟ CCTVରେ କଏଦ ହୋଇଛି । କେଶୁରା ବାଇପାସରେ ରାତିରେ ବିଭିନ୍ନ ସ୍ଥାନରୁ ଗାଈ ଓ ଷଣ୍ଡ ଚୋରିର ଅଭିଯୋଗ ହୋଇଥିବା ବେଳେ ସାମ୍ନାକୁ ଆସିଛି CCTV ଭିଜୁଆଲ ।
CCTV ଭିଜୁଆଲ ସହ ଅନେକ ସମୟରେ କେତେକ ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କ ସମ୍ପୃକ୍ତ ଥିବା କଥା ବାରମ୍ବାର ରାଜଧାନୀର ବିଭିନ୍ନ ଥାନାରେ ଅଭିଯୋଗ ହୋଇ ଆସୁଥିଲେ ସୁଦ୍ଧା ଆଜି ଯାଏ ପୋଲିସର କାର୍ଯ୍ୟାନୁଷ୍ଠାନ ଶୁନ । ଯେଉଁଥି ପାଇଁ ଗୋ ମଫିଆ ମାନେ ଏଭଲି ଦୁଃସାହସ କରିବା ପାଇଁ ସାହସ କରୁଛନ୍ତି ।
ଆଗରୁ ବି ଏହା ସାମ୍ମାକୁ ଆସିଛି। ବାରମ୍ବାର ଗୋରୁ ଟ୍ରକ ଧରା ହେଉଥିଲେ ସୁଦ୍ଧା ସେହିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ।



