
ନୂଆଦିଲ୍ଲୀ, ୧୭/୧୧/୨୧ (ଜିଲ୍ଲା ଖବର ) : ବାଜା ନାହିଁକି ବାଣ ନାହିଁ ନା ଅଛି ରୋଶଣୀ । ଏକଦମ୍ ସାଧାସିଧା ଭାବେ ବିବାହ ବନ୍ଧନରେ ବାନ୍ଧି ହେଲେ ଟେଲି ଅଭିନେତ୍ରୀ ନିତିତା ଶର୍ମା । ଖୁବ୍ ସାଧାସିଧା ଭାବେ ସେ ତାଙ୍କ ହୋମଟାଉନ ଉତ୍ତରାଖଣ୍ଡର ଏକ ଶିବ ମନ୍ଦିରରେ ରୋହନଦୀପ ସିଂହଙ୍କ ହାତ ଧରିଛନ୍ତି । ଯାହା ସମସ୍ତଙ୍କୁ ବେଶ ଆଶ୍ଚର୍ଯ୍ୟ କରିଛି ।
ନିଜ ପରିବାର ଉପସ୍ଥିତିରେ ସେ ହାତରୁ ଦିହାତ ହୋଇଛନ୍ତି । ସୋସିଆଲ ମିଡିଆରେ ସେ ତାଙ୍କର ଫଟୋ ସେୟାର କରିଛନ୍ତି । ଇନଷ୍ଟାଗ୍ରାମରେ ନିକିତା ଫଟୋ ସେୟାର କରି ଲେଖିଛନ୍ତି ଯେ, ‘‘୧୪ .୧୧.୨୦୨୧ … ଲାଇଫ୍ ପାଇଁ ହୁକ୍ ଏବଂ ବୁକ୍। ମିସ୍ ରୁ ମିସେଜ୍ .. ମହାଦେବଙ୍କ ଆଶୀର୍ବାଦ ସହିତ ନୂତନ ଜୀବନ ଆରମ୍ଭ କରୁଛି। ଆମେ ତ୍ରିୟୁଗିନାରାୟଣ ମନ୍ଦିରରେ ଶ୍ୟାମହାଦେବ ଏବଂ ମାତା ପାର୍ବତୀ ଧନଞ୍ଜୟ ଅଗ୍ନିକୁଣ୍ଡରେ ଙ୍କୁ ବିବାହ କରିଛୁ। ହର୍ ହର ମହାଦେବ।’


