
ନୂଆଦିଲ୍ଲୀ, ୧୭/୧୧/୨୧ (ଜିଲ୍ଲା ଖବର ) : ନିଜର ଦୀର୍ଘ ଦିନର ବୟଫ୍ରେଣ୍ଡ ରାହୁଲ ଶର୍ମାଙ୍କ ହାତ ଧରିଲେ ‘କୁଣ୍ଡଲି ଭାଗ୍ୟ’ ଫେମ ଅଭିନେତ୍ରୀ ଶ୍ରଦ୍ଧା ଆର୍ଯ୍ୟା । ନିକଟରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଶ୍ରଦ୍ଧା ଆର୍ଯ୍ୟା ଜଣେ ଅଭିନେତ୍ରୀ ହୋଇଥିବା ବେଳେ, ରାହୁଲ ଶର୍ମା ହେଉଛନ୍ତି ଜଣେ ନ୍ୟାଭି ଅଫିସର ।
ଗତକାଲି ତାଙ୍କର ବିବାହ ଉସ୍ବବ ଅନୁଷ୍ଠିତ ହୋଇଥିଲା । ତେବେ ବିବାହରେ ଶ୍ରଦ୍ଧା ଏକ ଗୋଲ୍ଡେନ ଏବଂ ମେରୁନ କଲର ଲେହେଙ୍ଗା ପିନ୍ଧିଥିବା ବେଳେ, ରାହୁଲ ହ୍ବାଇଟ କଲର ସେରଓ୍ବାନୀରେ ଖୁବ୍ ହ୍ୟାଣ୍ଡସମ୍ ଲାଗୁଥିଲେ । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି ।
ଛୋଟ ପରଦାର ଜଣାଶୁଣା ଅଭିନେତ୍ରୀ ଶ୍ରଦ୍ଧା ବହୁ ହିନ୍ଦୀ ଓ ତେଲଗୁ ଫିଲ୍ମରେ ମଧ୍ୟ ନଜର ଆସିଛନ୍ତି । ହେଲେ ତାଙ୍କ ସ୍ୱାମୀ ରାହୁଲଙ୍କର ଫିଲ୍ମ ସହ କୌଣସି ସମ୍ପର୍କ ନାହିଁ ।


