
୧୭/୧୧/୨୧ (ଜିଲ୍ଲା ଖବର ) : ହସିଲେ ମୁଁ ବାଡେଇବି। ପରଜଙ୍ଗ ଆଇଆଇସିଙ୍କ ଫତୱା। ସର୍ବସମ୍ମୁଖରେ ଫତଓ୍ବା ଜାରି କରି ଚର୍ଚ୍ଚାରେ ପରଜଙ୍ଗ IIC ନମିତା ନାୟକ। ପରଜଙ୍ଗ ବଜାରରେ ସର୍ବସମ୍ମୁଖରେ ଲୋକଙ୍କୁ ଦେଉଛନ୍ତି ଧମକ। ହସିଲେ ବୋଲି ଲୋକଙ୍କ ପାଖକୁ ଆସିଥିଲେ ବୋଲି IIC କହିଛନ୍ତି।
ହସିଲେ ବାଡେଇବି ବୋଲି ସିଧା ସିଧା ଲୋକଙ୍କୁ ଶୁଣାଉଛନ୍ତି। ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଏହା ଢେଙ୍କନାଳ ପରଜଙ୍ଗ ବଜାରର ବୋଲି ଚର୍ଚ୍ଚା ହେଉଛି।
ଭିଡ଼ିଓରେ ଲୋକଟି ଦୋକାନ ଏବେ ବନ୍ଦ ହେଲା ମୁଁ ଗୋଟେ ଦୁଇ ମିନିଟ ପରେ ଯିବି ବୋଲି କହୁଥିଲେ। ତେବ ଆଇଆଇସି ଜଣେ କାହିଁକି ହସିଲ ବୋଲି ବାରମ୍ବାର ପ୍ରଶ୍ନ କରିଥିଲେ।


