Home Uncategorized ଅଦିନିଆ ଲଗାଣ ବର୍ଷା ଯୋଗୁଁ ଚାଷୀକୁଳ ହତାଶ l କ୍ଷତିପୂରଣ ପାଇଵାଦାବୀ ରେ ତହସିଲଦାର ...

ଅଦିନିଆ ଲଗାଣ ବର୍ଷା ଯୋଗୁଁ ଚାଷୀକୁଳ ହତାଶ l କ୍ଷତିପୂରଣ ପାଇଵାଦାବୀ ରେ ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ

19

ଗଞ୍ଜାମ ,୧୭/୧୧/୨୧(ଜିଲ୍ଲା ଖବର):ଆଜି ଶେରଗଡ଼ ତହସିଲ ଅଫିସ ସମୁଖ ରେ ଆଖପାଖ ଗାଁ ତଥା ଶେରଗଡ଼, ଭୁଶୁଣ୍ଡା, ବରମୁଣ୍ଡୁଳି, କୁମାର ପାଣି ଧବଳପୁର, ପଦ୍ମପୁର, ହରିକୃଷ୍ଣ ପୁର ଓ ରାମଗିରି ର ପ୍ରାୟ ଦୁଇଶହ ରୁ ଅଧିକ ଚାଷୀ ନିଜ ନିଜ ର ବିଲ ରୁ ଧାନ ଗଛ ନେଇ ତହସିଲଦାର ଙ୍କ କାର୍ଯ୍ୟାଳୟ ରେ ପହଂଚି ନିଜର ନଷ୍ଟ ହୋଇଥିବା ଫସଲ ବିଷୟରେ ତହସିଲଦାର ଙ୍କୁ ଅବଗତ କରିବା ସହ କ୍ଷତିପୂରଣ ଦାବିକରିଥିଲେ l
ବହୁ ଋଣ ବାଡ଼ି କରି ଫସଲ ଫଳାଇଥିବାବେଳେ ଆଦାୟ ସମୟରେ ଅଦିନିଆ ବର୍ଷା ଦ୍ୱାରା ସମସ୍ତ ଫସଲ ନଷ୍ଟ ହୋଇଯାଇଛି ଏଣୁ ଚାଷୀର ମେରୁଦଣ୍ଡ କୁ ଟାଣ କରିବାକୁ କ୍ଷତିପୂରଣ ଦାବି କରାଯାଇ ଏକ ଦାବିପତ୍ର ଦିଆଯାଇଛି l
ତହସିଲଦାର ଡ଼. ଦୟାସିନ୍ଧୁ ପରିଡା ଦାବିପତ୍ର ଗ୍ରହଣ କରିବା ସହ ଚାଷୀମାନେ କିପରି ତାଙ୍କର ଉପଯୁକ୍ତ କ୍ଷତିପୂରଣ ପାଇବେ ସେଥିପ୍ରତି ଜିଲ୍ଲା ପ୍ରଶାସନ କୁ ଅବଗତ କରିବାସହ ବୀମା କମ୍ପାନୀ ସହ ଯୋଗାଯୋଗ କରି ଚାଷୀ ମାନେ କିପରି ଶୀଘ୍ର କ୍ଷତିପୂରଣ ପାଇପାରିବେ ସେଥିପ୍ରତି ଧ୍ୟାନ ଦେଇଛନ୍ତି l ବୋଲି ତହସିଲଦାର ଲୋକଙ୍କୁ ଭୁଝାଇ କହିଥଲେ l ଆନ୍ୟ ଏକ ଦାବିପତ୍ର ମଧ୍ୟ ବ୍ଲକର ଗୋଷ୍ଠି ଅଧିକାରୀ ଶମ୍ଭୁନାଥ ନନ୍ଦି ଙ୍କୁ ଦେଇଥିଲେ l ବ୍ଲକରେ ମଧ୍ୟ ଧାରଣା ଦେଇଥିଲେ l ଥାନା ଅଧିକାରିଣୀ ମମତା କୁମାରୀ ସାମନ୍ତରାୟ ଚାଷୀଙ୍କୁ ବୁଝାଇ କହିଥଲେ l ସରକାରଙ୍କ ପାଖରେ ଯେପରି ଆପଣଙ୍କ କ୍ଷୟକ୍ଷତିର ଆମେ ଜଣାଇବୁ ତାହା କିପରି ଆପଣମାନେ ପାଇପାରିବେ ତାହା ଆମେ ଚେଷ୍ଟା କରିବୁ l ଏହି ପ୍ରତିଶ୍ୱତୀ ଦେବାପରେ ଚାଷୀ ଧାରଣl ସ୍ଥଳରୁ ଉଠିଥିଲେ l
ରିପୋର୍ଟ : ଅଖିଳ କୁମାର ପଟ୍ଟନାୟକ