Tuesday, November 17, 2026
Home ଆଞ୍ଚଳିକ ହିଞ୍ଜିଳି ରେ ସାମ୍ବାଦିକ ଦିବସ ପାଳନ

ହିଞ୍ଜିଳି ରେ ସାମ୍ବାଦିକ ଦିବସ ପାଳନ

23

ହିଞ୍ଜିଳକାଟୁ,୧୬/୧୧/୨୧(ଜିଲ୍ଲା ଖବର):ଭାରତୀୟ ପ୍ରେସ୍ ପରିଷଦର ସ୍ଥାପନା ଦିବସକୁ ସ୍ମରଣୀୟ ରଖିବା ପାଇଁ ସାରା ଦେଶରେ ପ୍ରତ୍ୟେକ ବର୍ଷ ନଭେମ୍ବର ୧୬ କୁ ଜାତୀୟ ପତ୍ରକାର ଦିବସ ରୂପରେ ପାଳନ in କରାଯାଉଛି। ଏହି ଦିବସ ଅବସରରେ ହିଞ୍ଜିଳିକାଟୁ ପ୍ରେସ୍ କ୍ଳବ ତରଫରୁ ସଭାପତି ଦ୍ବିତୀକୃଷ୍ଣ ସାବତଙ୍କ ପୌରହିତ୍ୱରେ ସ୍ଥାନୀୟ ବିଜୁପଟ୍ଟନାୟକ ଶିଶୁ ଉଦ୍ୟାନ ସମ୍ମୁଖରେ ଏକ ସଭା ଆୟୋଜିତ ହୋଇଯାଇଛି। ସାଧାରଣ ସମ୍ପାଦକ ବିନାୟକ ପ୍ରସାଦ ପଟ୍ଟନାୟକ, ସାଂଗଠନିକ ସମ୍ପାଦକ ରଞ୍ଜନ କୁମାର ସାହୁ ଓ କୋଷାଧ୍ୟକ୍ଷ କାହ୍ନୁ ଚରଣ ପଣ୍ଡା ମଞ୍ଚାସୀନ ଥିଲେ। ସାମ୍ବାଦ ସୁଜିତ୍ କୁମାର ପଣ୍ଡା, ତାପସ କୁମାର ପଣ୍ଡା, ରାଜେନ୍ଦ୍ର ପଣ୍ଡା ଓ ରାକେଶ କୁମାର ରଥ ଏହି ଦିବସର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ସଭା ଶେଷରେ ସମସ୍ତ ସଦସ୍ୟ କେକ୍ କାଟି ପରସ୍ପରକୁ ଅଭିନନ୍ଦନ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ପ୍ରେସ୍ କ୍ଳବର ସମସ୍ତ ସଦସ୍ୟ ଉପସ୍ଥିତ ଥିବାବେଳେ ସାମ୍ବାଦିକ ରଜେନ୍ଦ୍ର ପଣ୍ଡା ସଭା ପରିଚାଳନା କରିଥିଲେ।
ରିପୋର୍ଟ : ତାପସ କୁମାର ପଣ୍ଡା