Sunday, November 15, 2026
Home ଆଞ୍ଚଳିକ ଜନସେବା କେନ୍ଦ୍ର ଦ୍ବାରା ଆତ୍ମନିର୍ଭର ଭାରତ ର ସଚେତନତା ବାର୍ତ୍ତା

ଜନସେବା କେନ୍ଦ୍ର ଦ୍ବାରା ଆତ୍ମନିର୍ଭର ଭାରତ ର ସଚେତନତା ବାର୍ତ୍ତା

43

ମୁନିଗୁଡା–୧୫-୧୧-(ଜିଲ୍ଲା ଖବର) ଦେଶ ଡିଜିଟାଲ ଆଡ଼କୁ ଆଗେଇ ଥିବା ବେଳେ CSC (ଜନସେବା କେନ୍ଦ୍ର) ମଧ୍ୟ ଏଥିରେ ସାମିଲ ହୋଇ ନିଜର କର୍ତ୍ତବ୍ୟ କରିଚାଲିଛି , ସାଧାରଣ ତଃ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ରାୟଗଡ ଜିଲ୍ଲାରେ ଏହାର ପ୍ରତିଫଳ ଦେଖିବାକୁ ମିଳିଛି। ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ଆଗୁଳ ଜନ ସେବା କେନ୍ଦ୍ର ଦ୍ବାରା ଆଜି ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ଏଥିରେ ଜିଲ୍ଲା ସଂଯୋଜକ ଭରତ ଦିବାକା ଓ ଭି ଏଲ୍ ଇ ଅଜିତ ଗୌଡ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ସ୍ଥାନୀୟ ସରପଞ୍ଚ ଗୌରାଙ୍ଗ ପିଡିକାକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଵା ବେଳେ ଗ୍ରାମ ପଞ୍ଚାୟତ ର ଅନେ ଚାଷୀ ଉପସ୍ଥିତ ହୋଇଥିଲେ।ଶ୍ରୀ ଦିବାକା ଗ୍ରାମାଞ୍ଚଳରେ ଚାଷୀ ମାନେ କିଭଳି ଆତ୍ମନିର୍ଭରଶୀଳ ହୋଇ ସରକାର ଙ୍କ ଯୋଜନା ସବୁ ଲାଭ ଉଠାଇ ପାରିବେ ତାହା ଅତି ପ୍ରାଞ୍ଜଳ ଭାବରେ ବୁଝାଇଥିଲେ।ଲୋକ ମାନେ କିଭଳି ମାଛ, କୁକୁଡା,ଗାଇ,ଛେଳି ଓ ଘୁଷୁରୀ ଚାଷ କରି କିଭଳି ଆତ୍ମନିର୍ଭରଶୀଳ ହେବେ ଓ ସରକାର ଙ୍କ ଦ୍ଵାରା ସବସିଡି ର ଲାଭ କେମିତି ଉଠେଇହେବ ଆଲୋଚନା ହୋଇଥିଲା। ଅଞ୍ଚଳବାସୀ ଅନଲାଇନ ସେବା ପାଇ ବେସ୍ ଖୁସି ଅନୁଭଵ କରିଥିବା ପ୍ରକାଶ ପାଇଥିଲା।
ରିପୋର୍ଟ : ପ୍ରସନ୍ନ ପଣ୍ଡା