
ବେଲଗୁଣ୍ଠା,୧୫/୧୧/୨୧(ଜିଲ୍ଲା ଖବର):,ଆଜି ସକାଳେ ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ନାୟକପଡ଼ା ଗ୍ରାମରେ ଜଣେ 56 ବର୍ଷୀୟା ମହିଳା ପାଣିରେ ବୁଡ଼ି ମୃତ୍ୟୁ ବରଣ କରିଥିବା ଖବର ମିଳିଛି I ସୂଚନା ପ୍ରକାରେ ନାୟକପଡ଼ା ଗ୍ରାମର ମାଲ ବେହେରାଙ୍କ ସ୍ତ୍ରୀ ମୋଚୀ ବେହେରା ଆଜି ସକାଳେ ଶୌଚ ହେବା ପାଇଁ ଗ୍ରାମ ପୋଖରୀକୁ ଯାଇଥିବା ବେଳେ ସେଠାରେ ବୁଡ଼ି ଯାଇ ମୃତ୍ୟୁ ବରଣ କରିଥିଲେ I ଘଟନା ନେଇ ବେଲଗୁଣ୍ଠା ଥାନାରେ କେଶ୍ ନମ୍ବର୍ 19/21 ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯିବା ସହ ମୃତ ଶରୀର ବ୍ୟବଚ୍ଛେଦ ପରେ ତାଙ୍କ ପୁଅକୁ ହସ୍ତାନ୍ତର କରାଯିବ ବୋଲି ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ସୂଚନା ଦେଇଛନ୍ତି I
ରିପୋର୍ଟ-ଶିବରାମ ଚୌଧୁରୀ


