Sunday, November 15, 2026
Home ଆଞ୍ଚଳିକ ମୁନିଗୁଡା ପୋଲିସ ଦ୍ୱାରା 55 କିଲୋ 100 ଗ୍ରାମ ଗଞ୍ଜେଇ ସହ ଅଟୋ ଯବତ,ତିନି ଗିରଫ

ମୁନିଗୁଡା ପୋଲିସ ଦ୍ୱାରା 55 କିଲୋ 100 ଗ୍ରାମ ଗଞ୍ଜେଇ ସହ ଅଟୋ ଯବତ,ତିନି ଗିରଫ

36

ବିଷମକଟକ,୧୫/୧୧/୨୧(ଜିଲ୍ଲା ଖବର):ରାୟଗଡା ଜିଲ୍ଲା ମୁନିଗୁଡା ପୋଲିସକୁ ମିଳିଛି ପୁଣି ସଫଳତା 55କିଲୋ 100ଗ୍ରାମ ଗଞ୍ଜେଇ ସହ ଅଟୋ ଯବତ କରି ତିନି ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି l ରେଳ ଷ୍ଟେସନ ଛକ ନିକଟରେ
ଗଞ୍ଜେଇ ଚୋରା ଚାଲାଣ ହେଉଥିବ ବିଶେଷ ସୂତ୍ରରୁ ଖବର ପାଇ ମୁନିଗୁଡା ଥାନା ଅଧିକାରୀ ସୁଜ୍ଞାନୀ ସାହୁଙ୍କ ନିର୍ଦେଶ କ୍ରମେ ଏସଆଇ ପ୍ରତାପ ବେହେରାଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ଗଠନ କରି ଷ୍ଟେସନ ଛକ ନିକଟରେ ପହଞ୍ଚି ଏକ ଅଟୋରେ (OD-12-2766) ଗଞ୍ଜେଇ ଚାଲାଣ କରୁଥିବା ତିନି ଯୁବକକୁ କାବୁ କରିବା ସହ ତିନୋଟି ଏୟାର ବେଗ ସହ ଥାନାକୁ ଆଣିଥିଲେ l ତିନି ଜଣ ଯୁବକ ହେଲେ କଳାହାଣ୍ଡି ଜିଲ୍ଲା ଏମ.ରାମପୁର ଥାନା ଅନ୍ତର୍ଗତ ଲୁବେନଗଡ଼ ଗ୍ରାମର ମିତେଶ୍ୱର ମାଝୀ,ପାଙ୍ଗାବାଜୁ ଗ୍ରାମର ଲକ୍ଷ୍ମୀଧର ଦଣ୍ଡିଆ ଓ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ ଧୁବଲଖମନ ଗ୍ରାମର ସୁରେନ୍ଦ୍ର ଘୋଡେଇ ବୋଲି ଜଣାପଡିଛି l ତିନି ଜଣକୁ ଥାନାରେ ପଚରା ଉଚରା ପରେ ଉକ୍ତ ବେଗରେ ଗଞ୍ଜେଇ ଥିବା ଓ ଏହାର ଓଜନ 55 କିଲୋ 100 ଗ୍ରାମ ବୋଲି ଜଣାପଡିଥିଲା l ଏହାର ଆନୁମାନିକ ମୂଲ୍ୟ 5 ଲକ୍ଷ୍ୟ 55 ହଜାର ଟଙ୍କା ହେବ ବୋଲି ଜଣାପଡିଛି l ଏମାନଙ୍କ ନାମରେ ମୁନିଗୁଡା ଥାନା କେଶ ନମ୍ବର 157/21 ରେ ମାମଲା ରୁଜୁ କରି କୋର୍ଟକୁ ପଠାଯାଇଥିବା ବେଳେ ଏହି ଗଞ୍ଜେଇ ଗୁଡିକ ଟ୍ରେନ ଯୋଗେ ଝାନ୍ସୀକୁ ଚାଲାଣ ପାଇଁ ଅଣାଯାଇଥିବା ତଦନ୍ତରୁ ଜଣାପଡିଥିବା ବେଳେ ଏଥିରେ ସମ୍ପୃକ୍ତ ଥିବା ଅନ୍ୟ କିଛି ଜଣ ଚତୁରତାର ସହ ଫେରାର ହୋଇଯାଇଥିବା ଅନୁମାନ କରାଯାଉଛି l ଏହାର ଅଧିକ ତଦନ୍ତ ଜାରି ରଖିବା ସହ ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଥିବା ଅନ୍ୟ ମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀମତୀ ସାହୁ ସୂଚନା ଦେଇଛନ୍ତି l
ରିପୋର୍ଟ : ପ୍ରସନ କୁମାର ପଣ୍ଡା