Thursday, November 12, 2026
Home ଆଞ୍ଚଳିକ ବାବା ଶିଧେଶ୍ୱର ମନ୍ଦିର ଙ୍କ ପୀଠରେ ଶ୍ରଦ୍ଧାଳୁ ଙ୍କ ଭିଡ, ପାର୍କ ର ମଜା...

ବାବା ଶିଧେଶ୍ୱର ମନ୍ଦିର ଙ୍କ ପୀଠରେ ଶ୍ରଦ୍ଧାଳୁ ଙ୍କ ଭିଡ, ପାର୍କ ର ମଜା ନେଉଛନ୍ତି ଦର୍ଶକ ଓ ଛୋଟ ଛୋଟ ଛୁଆ

110

ବିଷମକଟକ–୧୫-୧୧-(ଜିଲ୍ଲା ଖବର) ରାୟଗଡା ଜିଲ୍ଲା ବିଷମକଟକ ବ୍କକ୍ ଅନ୍ତର୍ଗତ ହାଟମୁନିଗୁଡା ଶୈବପୀଠ ଠାରେ ବାବା ଶିଧେଶ୍ୱର ଙ୍କ ପୀଠ ଧାର୍ମିକ ମାସ କାର୍ତ୍ତିକ ର ଚତୁର୍ଥ ସୋମବାର ରେ ଶ୍ରଦ୍ଧାଳୁ ଙ୍କ ପ୍ରବଳ ଭିଡ଼ l ସମସ୍ତ ଭକ୍ତ ଭୋଜି ଭାତର ମଜା ସହ ପାର୍କର ମଜା ଉଠେଇ ଭକ୍ତମାନେ ଗହଳି ହେଇଅଛି lଏହି ପୀଠ ହାଟମୁନିଗୁଡା ର ପ୍ରମୁଖ ପୀଠ ରୂପେ ଅନ୍ୟତମ l ଐତିହାସିକ ତଥ୍ୟ ଜଡିତ ଥିବା ସୂଚନା ମିଳେ lପବିତ୍ର ସୋମବାର ଅବସରରେ ଏଠାରେ ପ୍ରବଳ ଜନସମାଗମ ସହିତ ଏଠାରେ ନିର୍ମାଣ ହୋଇଥିବା ସୁନ୍ଦର ପାର୍କ ଦେଖିବାକୁ ମଧ୍ୟ ପ୍ରବଳ ଭିଡ଼ ହୋଇଥାନ୍ତି l ଆଖପାଖ ପ୍ରାୟ ପଚାଶ ଖଣ୍ଡ ଗ୍ରାମ ର ଲୋକ ଏଠାକୁ ଆସୁଥିବl ଅନୁମାନ କରାଯାଉଛି l ଏବଂ ବାହାରୁ ଆସୁଥିବା ଭକ୍ତ ମାନଙ୍କ ପାଇଁ ପ୍ରସାଦର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହି କାର୍ଯ୍ୟକ୍ରମ କୁ ହାଟମୁନିଗୁଡା ଶୈବ ମନ୍ଦିର କମିଟିର ସଦସ୍ୟ ଜୋତି ପ୍ରସାଦ ସାହୁ,ପି ଗୋବିନ୍ଦ ରାଜୁ, ଦୟାନିଧି ପାତ୍ର, ନିଶାନ୍ତ ପନଢା, ହରପ୍ରସାଦ ସେନାପତି, ତିରୁପତି ପଣ୍ଡା, କିଶୋର ଗାଙ୍ଗାନ ଦୋରା, ପ୍ରଶାନ୍ତ ଆଚାରୀ, ପରଖିତ ବିଡିକା,ଗୁପ୍ତ ସେଠୀ, ସୁକାନ୍ତ ସେଠି, କୈଳାସ ଲାବଲା, ସମେତ ଗ୍ରାମର ଅନ୍ୟ ମାନେ ପରିଚାଳନା କରିଥିଲେ।
ରିପୋର୍ଟ : ପ୍ରସନ୍ନ କୁମାର ପଣ୍ଡା