Home ଖେଳ ସରସ୍ବତୀ ଶିଶୁ ମନ୍ଦିର କର୍ଲାମୁଣ୍ଡା ରେ ଷଷ୍ଠ ତମ ବାର୍ଷିକ କ୍ରିଡା ଉତ୍ସବ

ସରସ୍ବତୀ ଶିଶୁ ମନ୍ଦିର କର୍ଲାମୁଣ୍ଡା ରେ ଷଷ୍ଠ ତମ ବାର୍ଷିକ କ୍ରିଡା ଉତ୍ସବ

107

କଳାହାଣ୍ଡି (ଜିଲ୍ଲା ଖବର) : କର୍ଲାମୁଣ୍ଡା ସରସ୍ବତୀ ଶିଶୁ ମନ୍ଦିରର ଷଷ୍ଠ ତମ ବାର୍ଷିକ କ୍ରିଡା ଉତ୍ସବ ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରାଧାମୋହନ ପାଢୀ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟା ପୁଷ୍ପ କାନ୍ତୀ କୁମାର, ଶିଶୁ ମନ୍ଦିରର ସଭାପତି ଚନ୍ଦ୍ରଭାନୁ ସାହୁ, ସଂପାଦକ ଗୁରୁବାରୁ ସାହୁ ପ୍ରମୁଖ ଯୋଗ ଦେଇ କ୍ରିଡାବିତ ମାନଙ୍କୁ ଉତ୍ସାହିତ କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ କ୍ରିଡାର ଉପକାରିତ ବିଷୟରେ ମାର୍ଗ ଦର୍ଶ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଶାନ୍ତନୁ ମିଶ୍ର ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଗୁରୁଜୀ ଚନ୍ଦ୍ରଶେଖର ଥନାପତ ମଞ୍ଚ ପରିଚାଳନା ଓ ଗୁରୁଜୀ ତୁମ୍ବେଶ୍ବର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଯୁଗଲ କିଶୋର ସାହୁ,ଲକୋଦଣ୍ଡ ସାହୁ, ସ୍ବର୍ଣ୍ନଲତା, ମାଧୁରୀ,ରଞ୍ଜିତା, ଧବଲେଶ୍ବର, କୁଶ,ଅର୍ଜ୍ଜୁନ, ଯଶପାଳ, ରତ୍ନାକର,ଜଗଦୀଶ, ଶ୍ୟାମଘନ,ଜୟରାମ, ଟୁନୁ, ଲକ୍ଷ୍ମୀକାନ୍ତ,ସୁଜିତ, ସୁମନ୍ତ, ଶେଷଦେବ ଆଦି ଗୁରୁଜି ଓ ଗୁରୁମା ମାନେ ପ୍ରମୁଖ ସହଯୋଗ କରିଥିଲେ।
ରିପୋର୍ଟର/ ଦୁର୍ଯୋଧନ ସାହୁ