
ରାୟଗଡା,୧୪/୧୧/୨୧(ଜିଲ୍ଲା ଖବର): ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ( ABVP) ଗୁଣପୁର ନଗର ସମ୍ମିଳନୀ ସ୍ଥାନୀୟ ଶିକ୍ଷା ଏକାଡେମୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଗଜପତି ବିଭାଗ ପ୍ରମୁଖ ଉମା ଶଙ୍କର ଦାଶ ଙ୍କ ସଂଯୋଜନା ରେ ଆୟୋଜିତ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେabvp ରାୟଗଡ଼ା ଜିଲ୍ଲା ପ୍ରମୁଖ ତଥା ଓଡ଼ିଆ ଅଧ୍ୟାପକ ଶ୍ରୀ ଶେଷ ସାଇ ସେମାପଟି ନିର୍ବାଚନ ଅଧିକାରୀ ଭାବେ ଅଧକ୍ଷ ବଂଶଧାରା ମହାବିଦ୍ୟାଳୟ ଶ୍ରୀ ଲକ୍ଷ୍ମୀ ମହନକୁଦ ,ପର୍ଯ୍ୟବେକ୍ଷକ ଭାବେ ଅଧ୍ୟାପକ ପୂଣ୍ୟ ଶ୍ଳୋକ ସାହୁ ଉପସ୍ଥିତ ରହି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଏକ ଅଣରାଜନୈତିକ ଛାତ୍ର ସଙ୍ଗଠନ , ଜ୍ଞାନ ,ଚରିତ୍ର ,ଏକତା କୁ ନେଇ ଛାତ୍ର ମାନଙ୍କ ମଧ୍ୟରେ ଦେଶ ପ୍ରେମର ଭାବ ଜାଗୃତ କରିବା ସମାଜ ପ୍ରତି ସମ୍ବେଦନଶୀଳ ହେବା ଅନ୍ୟାୟ ଓ ଭ୍ରଷ୍ଟାଚାରକୁ ବିରୋଧ କରିବା, ଦେଶର ବୈଭବଶାଳୀ ଇତିହାସକୁ ମନେପକେଇ ରାଷ୍ଟ୍ରର ନିର୍ମାଣ ଏବଂ ବ୍ୟକ୍ତିତ୍ଵ ନିର୍ମାଣ ଉପରେ ପ୍ରକାଶ କରିଥିଲେ । ଏହି ନଗର ସମ୍ମିଳନୀରେ ଗୁଣପୁର ନଗରର ନୂତନ କାର୍ଯ୍ୟ କାରିଣୀ 2021 ଓ 2022 ନିମନ୍ତେ ଘୋଷଣା କରାଯାଇଥିଲା । ଏହି କାର୍ଯ୍ୟକ।ରିଣୀ ରେ ଭାବେ ସଭାପତି ଅଧ୍ୟାପକ ପ୍ରଫୁଲ୍ଲ ଲିମା ଉପସଭାପତି ଶିକ୍ଷକ ପ୍ରଫୁଲ୍ଲ ଶତପଥୀ ,ଉପ ସଭାପତି ଅଧ୍ୟାପିକା ସୁଶ୍ରୀ ସସ୍ମିତା ବାଉରୀ , ନଗର ସମ୍ପାଦକ ସାଇ ପାଣିଗ୍ରାହୀ , ସହ ସମ୍ପାଦକ ଏ ତରୁଣ ଓ ଭଗବାନ ବେଡ଼ ପାଠ ଚକ୍ର ପ୍ରମୁଖ ସାନ ଶବର ଓ ସତ୍ୟ ଗମାଙ୍ଗ, ରାଷ୍ଟ୍ରୀୟ କଳା ମଞ୍ଚ ପ୍ରମୁଖ ପଙ୍କଜ ବେହେରା ଓ ବିନୟ ଗମାଙ୍ଗ, ବିକାଶ।ର୍ଥେ ବିଦ୍ୟାର୍ଥୀ ପ୍ରମୂଖ ଗଣେଶ ମୁଟିକା ଓ ରୋହିତ ନାୟକ, ସମାଜିକ ଗଣ ମାଧ୍ୟମ ପ୍ରମୁଖ ଅଜୟ ଶବର ଓ ଜି ମୋହିତ ବନବାସୀ ଜନଜାତି ପ୍ରମୂଖ ହୃଷିକେଶ ଲିମା ଓ ତ୍ରିପଟି ଶବର ସେଭଳି ଛାତ୍ରୀ ପ୍ରମୁଖ ମମତା ଲିମା, ଅଞ୍ଜଳି ଗମାଙ୍ଗ ଓ ମନୀଷା ସାହୁ କାର୍ଯ୍ୟକ୍ରମରେ ନଗରର ବହୁତ୍ ଛାତ୍ର ଯୋଗ ଦେଇଥିଲେ ଶେଷରେ ରାଜେଶ କୁମାର ପୃଷ୍ଟି ଧନ୍ୟବାଦ ଆର୍ପଣ କରି ବନ୍ଦେ ମାତ୍ତରଂ ଗାନ ସହ ସଭା ସାଙ୍ଗ କରାଯାଇଥିଲା ।
ରିପୋର୍ଟ ଗୁଣୁପୁର ରୁ ରାମନାଥ ମହାନ୍ତି



