
କନ୍ଧମାଳ,୧୪/୧୧/୨୧ (ଜିଲ୍ଲା ଖବର) : ଏପରି ଏକ ଘଟଣା ଦେଖବାକୁ ମିଳିଛି କନ୍ଧମାଳ ଜିଲ୍ଲାର ଖଜୁରୀପଡା ବ୍ଲକ ଵୈକୁମ୍ପା ଗ୍ରାମରେ. କାଲି ରାତ୍ର ୧ ଘଂଟିକା ସମୟରେ ଵୈକୁମ୍ପା ଗ୍ରାମ ର ବିରଞ୍ଚି ନାରାୟଣ ସାହୁ ଙ୍କ ଅଟୋ OD 12ବି 5571 ନିଜ ଘର ସାମ୍ନାରେ ରଖିଥିଲେ. କେହି ଦୁର୍ବୁତ୍ତ ତାଙ୍କ ଅଟୋ କୁ ନିଆଁ ଲଗାଇ ଚାଲିଯାଇଥଲେ |
ବିରଞ୍ଚି ପରିସ୍ରା କରିବା କୁ ରାତିରେ ବାହାରକୁ ବାହାରି ଦେଖିଲା ବେଳକୁ ଅଟୋ ରେ ନିଆଁ ଲାଗି ହୁତ ହୁତ ହୋଇ ଅଟୋରିକ୍ସା ଟି ଜଳୁଥିଲା ବିରଞ୍ଚି ପାଟିକରିବାରୁ ପରିବାର ଲୋକ ଉଠି ପାଣି ପକାଈ ନିଆଁ କୁ ଆୟତ୍ତ କରିଥିଲେ | ପୂର୍ବରୁ ମଧ୍ୟ ବିରଞ୍ଚି ଙ୍କ କାଗଜ ପତ୍ର ଚୋରି ହୋଇଥିବା ବିରଞ୍ଚି କହିଛନ୍ତି |
କେହି ତାଙ୍କୁ ଶତ୍ରୁତା କରି ଏପରି ଅଘଟଣ ଘଟାଇ ଥିବା ବିରଞ୍ଚି କହିଛନ୍ତି | ବିରଞ୍ଚି ଆଜକୁ ୩ ବର୍ଷ ରୁ ଉର୍ଦ୍ଧ ହେବ ଋଣ ଆକାର ରେ ଆଣି ଅଟୋ ଚଳାଇ ନିଜର ପରିବାର ପ୍ରତିପୋଷଣ କରୁଥିଲେ | କିନ୍ତୁ ଆଜି ଅଟୋ ଜାଳି ଦେଇ କେହି ତାଙ୍କ ରୋଜଗାର ପନ୍ଥା କୁ ବୁଡ଼ାଇ ଦେଇଥିବା କଥା କହିଛନ୍ତି ଅଟୋ ମାଲିକ ବିରଞ୍ଚି l
ଘଟଣା ସ୍ଥଳରେ ଖଜୁରୀପଡ଼ା ପୁଲିସ ପହଂଚି ତଦନ୍ତ ଜାରି ରଖିଛି l




