ବିଜେଡି କର୍ମୀ ବନ୍ଧୁକ ଦେଖାଇବା ଘଟଣା; ଅତାବିରା ଥାନାରେ ଲିଖିତ ଅଭିଯୋଗ କଲେ କଂଗ୍ରେସ କର୍ମୀ

20

ବରଗଡ,୧୪/୧୧/୨୧ (ଜିଲ୍ଲା ଖବର) :  ବରଗଡ ଜିଲ୍ଲା ଅତାବିରାରେ ବିଜେଡି କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି ଘଟଣା । ଅତାବିରା ଥାନାରେ ଲିଖିତ ଅଭିଯୋଗ କଲେ କଂଗ୍ରେସ କର୍ମୀ । ବନ୍ଧୁକ ଦେଖାଇ ବିଜେଡି କର୍ମୀଙ୍କ ଏଭଳି ଉତ୍ପାତକୁ କଡା ନିନ୍ଦା କରିଛି କଂଗ୍ରେସ ।

ଅନ୍ୟପକ୍ଷେ ସ୍ଥାନୀୟ ବିଧାୟିକା ସ୍ନେହାଙ୍ଗୀନି ଛୁରିଆଙ୍କ ପିଏସଓଙ୍କ ସହ ଡ୍ରାଇଭରକୁ କଂଗ୍ରେସ କର୍ମୀ ମାଡ଼ ମାରିଥିବା ପାଲଟା ଅଭିଯୋଗ କରିଛି ବିଜେଡି ।

ଏଥିପାଇଁ ଦଳ ପକ୍ଷରୁ ଥାନା ଘେରାଉ କରାଯାଇଥିଲା । ଏହି ସମୟରେ କଂଗ୍ରେସ ଓ ବିଜେଡି ପୁଣି ମୁହାଁମୁହିଁ ହୋଇଥିଲେ । ପୋଲିସ ପହଞ୍ଚି ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ତେବେ ପୋଲିସ ଉଭୟ ପକ୍ଷରୁ ଏତଲା ରଖି ଘଟଣାର ତଦନ୍ତ କରୁଛି । ଗତକାଲି ଅତାବିରାରେ ବିଜେଡି କର୍ମୀ ବନ୍ଧୁକ ଦେଖାଇ କଂଗ୍ରେସ କର୍ମୀଙ୍କୁ ଗାଳି ଗୁଲଜ କରୁଥିବା ଭିଡିଓ ଭାଇରାଲ୍ ହୋଇଥିଲା ।