
ନୂଆଦିଲ୍ଲୀ , ୧୪/୧୧/୨୧ (ଜିଲ୍ଲା ଖବର) : ଜଣାଶୁଣା ଟେଲି ଅଭିନେତ୍ରୀ ତଥା ବିଗ୍ ବସ୍ ଫେମ୍ ଜସ୍ମିନ୍ ଭାସିନ୍ ସବୁବେଳେ ନିଜର ଅଭିନୟ ଏବଂ ଚୁଲବୁଲି ଅନ୍ଦାଜକୁ ନେଇ ବେଶ ପରିଚିତ । ନିକଟରେ ଜସ୍ମିନ୍ ଏକ ଲାଲ୍ ରଙ୍ଗର ଡ୍ରେସରେ ନଜର ଆସିଥିଲେ । ତାଙ୍କୁ ଦେଖିବା ପରେ ପାପାରାଜି ଫଟାଫଟ୍ ତାଙ୍କର ଫଟୋ କ୍ଲିକ୍ କରିବା ଆରମ୍ଭ କରି ଦେଇଥିଲେ । ତେବେ କିଛି ଫଟୋ ପାଇଁ ଜସ୍ମିନ୍ ପୋଜ୍ ଦେବା ପରେ, ସେ ଫଟାପଟ ମୁହଁରେ ମାସ୍କ ଲଗାଇ ଆକୁ ଚାଲି ଯାଇଥିଲେ । ଏବଂ ସେ ଅଧିକ ଫଟୋ କ୍ଲିକ୍ କରିବାକୁ ମନା କରିଥିଲେ ।
ଅନ୍ୟପଟେ ପାପାରାଜି ଜସ୍ମିନଙ୍କ ଡ୍ରେସକୁ ପ୍ରଶଂସା କରୁଥିଲେ ଏବଂ ତାଙ୍କର ଫଟୋ କ୍ଲିକ୍ କରୁଥିଲେ । ତେବେ କିଛି ସମୟ ଫଟୋ କ୍ଲିକ୍ କରିବା ପରେ , ଜସ୍ମିନ୍ କହିଥିଲେ ଯେ, ‘ମୁଁ ସବୁଠାରୁ ଖରାପ୍ ଦେଖା ଯାଉଛି ‘ ଏହା କହି ସେ ତାଙ୍କ ମାସ୍କ ପିନ୍ଧି ନିଜ ଗାଡି ପାଖକୁ ଚାଲିଗଲେ । ଏହାପରେ ପାପାରାଜି , ମାଡାମ୍ ଆପଣ ବହୁତ୍ ସୁନ୍ଦର ଦେଖା ଯାଉଛନ୍ତି ବୋଲି କହିବା ପରେବି, ସେ କିଛି ନଶୁଣି ଚାଲି ଯାଇଥିଲେ । ବର୍ତ୍ତମାନ୍ ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।



