Sunday, November 15, 2026
Home ଆଞ୍ଚଳିକ ମା’ ହେବାକୁ ଯାଉଛନ୍ତି Evelyn Sharma

ମା’ ହେବାକୁ ଯାଉଛନ୍ତି Evelyn Sharma

8

ନୂଆଦିଲ୍ଲୀ,୧୪/୧୧/୨୧ (ଜିଲ୍ଲା ଖବର) : ଖୁବ୍ ଶୀଘ୍ର ମା’ ହେବାକୁ ଯାଉଛନ୍ତି ବଲିଉଡ ଅଭିନେତ୍ରୀ ଏବଲିନ୍ ଶର୍ମା । ହ୍ବାଇଟ କଲର ଡ୍ରେସରେ ସେ  ତାଙ୍କର ପ୍ରେଗନେନ୍ସି ଫଟୋ ସେୟାର କରିଛନ୍ତି । ତେବେ  ସେ ଏହି ଫଟୋ ସେୟାର କରି ଲେଖିଛନ୍ତି ଯେ, ନୂଆ ଯାତ୍ରା ପାଇଁ ପ୍ରସ୍ତୁତ । କିନ୍ତୁ କିଛି ବହି ବହି ପଢିବା ପରେ, ଲୋକଙ୍କ ଠାରୁ ଶୁଣିବା ପରେ, ଏମିତି ଲାଗୁଛି ଯେ, କିଛି ବି କଥା ଏହା ଶିଖାଇ ପାରିବ ନାହିଁ  ଯେ, ମାତା-ପିତା କେମିତି ହେବାକୁ ହେବ ।

ତେବେ ସେୟାର କରିଥିବା ଫଟୋରେ  ଖୁବ୍ ସୁନ୍ଦର ଲାଗୁଛନ୍ତି ଏବଲିନ୍ ଶର୍ମା । ଏହା ସହିତ ସେ ବେଶ ଖୁସି ଥିବା ମଧ୍ୟ ନଜର ଆସୁଛନ୍ତି । ତେବେ ସେ ସେୟାର କରିଥିବା ଫଟୋରେ ମମି ଇଜ୍ ଓ୍ବେଟିଂ ଫର୍ ୟୁ ବେବିଗର୍ଲ ବୋଲି ମଧ୍ୟ ଲେଖା ଯାଇଛି । ତାଙ୍କର ଏହି ଫଟୋକୁ ଫ୍ୟାନ୍ସ ବେଶ ପସନ୍ଦ କରୁଛନ୍ତି ।