
ନୂଆଦିଲ୍ଲୀ ; ଗୁରୁ ତେଗ ବାହାଦୁରଙ୍କ ଶହୀଦ ଦିବସର ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ତାଙ୍କ ବାର୍ତ୍ତାରେ କହିଛନ୍ତି – ଗୁରୁ ତେଗ ବାହାଦୁରଙ୍କ “ଶହୀଦ ଦିବସ” ଅବସରରେ ମୁଁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି । ନବମ ଶିଖ ଗୁରୁ, ଗୁରୁ ତେଗ ବାହାଦୁର ତାଙ୍କ ଜୀବନକୁ ମାନବ ସମାଜର କଲ୍ୟାଣ ଏବଂ ଏକତା, ସେବା ଓ ଭାତୃତ୍ଵର ବାର୍ତ୍ତା ପ୍ରଚାର କରିବା ଲାଗି ଉତ୍ସର୍ଗ କରିଥିଲେ । ଲୋକଙ୍କ ଦୁଃଖ ଦୁର୍ଦ୍ଦଶାକୁ ଲାଘବ କରିବା ଦିଗରେ କାର୍ଯ୍ୟ କରିବା ସହିତ ଅତ୍ୟାଚାର ବିରୁଦ୍ଧରେ ସେ ଦୃଢ ସ୍ଵର ଉତ୍ତୋଳନ କରୁଥିଲେ । ଏହି କାରଣରୁ, ଗୁରୁ ତେଗ ବାହାଦୁର ଜନମାସନସରେ ‘ହିନ୍ଦ ଦି ଚାଦର’ ରୂପେ ପରିଚିତ । ଏହି ଅବସରରେ, ଆସନ୍ତୁ ଆମେ ସମସ୍ତେ ପ୍ରେମ, ସଦ୍ଭାବ, ଦୟା, ପରୋପକାର ଏବଂ ସମସ୍ତଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିବା ଲାଗି ସଂକଳ୍ପ ନେବା।



