ରୋଗୀଙ୍କ ପ୍ରେସକ୍ରିପସନ ଚିରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ

15

୧୪/୧୧/୨୧ (ଜିଲ୍ଲା ଖବର) :  ସୁନ୍ଦରଗଡ଼ ହେମଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶିଶୁର ଡାକ୍ତରୀ ପରୀକ୍ଷା ପାଇଁ ଲାଞ୍ଚ ମଗାଯିବା ଘଟଣା । ଅର୍ଗସରେ ଖବର ପ୍ରସାରଣ ପରେ ହେଲା କାର୍ଯ୍ୟାନୁଷ୍ଠାନ । ସିକ୍ୟୁରିଟି ଗାର୍ଡଙ୍କୁ ନିଲମ୍ବନ କଲେ CDMO।

ଶିଶୁର ପରୀକ୍ଷା ପାଇଁ ୧୦୦ ଟଙ୍କା ଲାଞ୍ଚ ମାଗିଥିଲେ ଡାକ୍ତର । ଟଙ୍କା ନ ଦେବାରୁ ଡାକ୍ତର, ସିକ୍ୟୁରିଟି ଗାର୍ଡ ଓ ବିପିଏମ ରୋଗୀଙ୍କ ପ୍ରେସକ୍ରିପସନ ଚିରି ଦେଇଥିଲେ । ଘଟଣାର ଅଧିକ ତଦନ୍ତ ପାଇଁ CDMOଙ୍କ ନେତୃତ୍ବରେ ଗଠନ ହୋଇଥିଲା ଟିମ୍ । ଘଟଣା ଅତ୍ୟନ୍ତ ଲଜ୍ୟାଜନକ ବୋଲି CDMO କହିବା ସହ ଖୁବଶୀଘ୍ର ବିପିଏମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିକ୍ରିୟା ରଖିଛନ୍ତି ।