
ନୂଆଦିଲ୍ଲୀ, ୧୪/୧୧/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ଅଭିନୟ ସହିତ ଫ୍ୟାଶନ ସେନ୍ସରେ ମଧ୍ୟ ବେଶ ଆଗୁଆ । ଯେ କୌଣସି ଆଉଟଫିଟ ହେଉ ନା କାହିଁକି, ସବୁଥିରେ ସେ ଖୁବ୍ ସୁନ୍ଦର ଲାଗନ୍ତି । ତେବେ ନିକଟରେ ସେ ପୁଣି ତାଙ୍କର ଏକ ନୂଆ ଫଟୋସୁଟ୍ କରିଛନ୍ତି । ଯେଉଁଥିରେ ଏକଦମ୍ ଜବରଦସ୍ତ ଲାଗୁଛନ୍ତି ଜାହ୍ନବୀ । ତାଙ୍କର ଏହି ଫଟୋ ଡିଜାଇନର ମନିଷ ମଲହୋତ୍ରା ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।
ତେବେ ମନିଷ ଜାହ୍ନବୀଙ୍କ ପ୍ରଶଂସା କରି କହିଛନ୍ତି ଯେ, ଜାହ୍ନବୀ ଗୋଲ୍ଡେନ୍ ଗାଉନରେ ଷ୍ଟନିଂ ଏବଂ ଏନର୍ଜେଟିକ୍ ଲାଗୁଛନ୍ତି । ତେବେ ଏହି ଫଟୋରେ ମନିଷ ମଲହୋତ୍ରାଙ୍କ ଦ୍ବାରା ଡିଜାଇନ ହୋଇଥିବା ଗୋଲ୍ଡେନ ଗାଉନ ପିନ୍ଧିଛନ୍ତି ଜାହ୍ନବୀ । ତେବେ ଏହି ଆଉଟଫିଟରେ ସେ ଭିନ୍ନ ଭିନ୍ନ ପୋଜ୍ ଦେଇ ଫଟୋସୁଟ କରିଛନ୍ତି । ତାଙ୍କର ଏହି ଫଟୋକୁ ଫ୍ୟାନ୍ସ ବେଶ ପସନ୍ଦ କରିବା ସହିତ , ପ୍ରଶଂସା ମଧ୍ୟ କରୁଛନ୍ତି । ଯାହା ଏବେ ବେଶ ଭାଇରାଲ ହେବାରେ ଲାଗିଛି ।


