Saturday, October 10, 2026
Home ଆଞ୍ଚଳିକ ଛାତରୁ ଡେଇଁ ଯୁବକ ଗୁରୁତର

ଛାତରୁ ଡେଇଁ ଯୁବକ ଗୁରୁତର

12

କନ୍ଧମାଳ ,୧୩/୧୧/୨୧(,ଜିଲ୍ଲା ଖବର): କନ୍ଧମାଳ ଜିଲ୍ଲା ଫୁଲବାଣୀ ଅବକାରୀ ବିଭାଗ ଦ୍ବାରା ଆଜି ଫିରିଙ୍ଗିଆ ଅନ୍ଚଳର ଜଣେ ୫ କିଲୋ ଗନ୍ଜେଇ ଚୋରାଚାଲାଣ କରୁଥିବାବେଳେ, ଅମିତ ନାୟକ ନାମକ ଯୁବକ କୁ ଗିରଫ କରି ପଚରାଉଚରା କରୁଥିବା ବେଳେ ଘରଲୋକ ଙ୍କ ସହ କଥା ହେବି କହି ଛାତ ଉପରକୁ ଯାଇ ଚମ୍ପଟ ମାରିବା ଉଦ୍ଦେଶ୍ଯ ରେ ଯାଇ ଛାତ ଉପରୁ ଡେଇଁ ଥିଲା, ଫଳରେ ତାର ମୁଣ୍ଡ ରେ ଗଭୀର ଆଘାତ ଲାଗିବା ଗୁରୁତର ହୋଇଥିଲା। ତାକୁ ପ୍ରଥମେ ଫୁଲବାଣୀ ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା, ଅବସ୍ଥା ସଙ୍କଟାପୂର୍ଣ ହେବାରୁ ତାକୁ ବ୍ରହ୍ମପୁର ମୁଖ୍ଯ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି, ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ଗୀରଫ ହୋଇଥିବା ବ୍ୟକ୍ତି ଙ୍କୁ ଛାତ ଉପରକୁ ଏକୁଟିଆ ଯିବାପାଇଁ କେମିତି କିଏ ଆଦେଶ ଦେଲା ତାକୁ ନେଇ ଆଲୋଚନା ପର୍ଯାଲୋଚନା ହେଉଛି ବୁଦ୍ଧିଯିବି ମହଲରେ।
କନ୍ଧମାଳ ଜିଲ୍ଲା ରୁ ଗୌର ପ୍ରସାଦ ଙ୍କ ସହ ପ୍ରତାପ ଦିଗାଲ ଙ୍କ ରିପୋର୍ଟ୍