Thursday, November 12, 2026
Home ଆଞ୍ଚଳିକ ଭାଙ୍ଗିଲା ନଦୀ ବନ୍ଧ ହଜାର ହଜାର ଏକର ଜମି ରେ ଫସଲ ନଷ୍ଟ

ଭାଙ୍ଗିଲା ନଦୀ ବନ୍ଧ ହଜାର ହଜାର ଏକର ଜମି ରେ ଫସଲ ନଷ୍ଟ

44

ଶେରଗଡ଼,୧୩/୧୧/୨୧(ଜିଲ୍ଲା ଖବର): ଶେରଗଡ଼ ବ୍ଲକ ଡ଼େଙ୍ଗାପଦର ପଂଚାୟତ ର ବାକିଲିକଣା ଗ୍ରାମ ଦେଇ ଯାଇଥିବା ନନ୍ଦିନୀ ନଦୀ ସେହି ଗ୍ରାମ ଠାରେ ହୁଡ଼ା ଭାଙ୍ଗିଯାଇଥିବା ଯୋଗୁଁ ବହୁପରିମାଣ ରେ ଜମିଗୁଡିକ ର ଫସଲ ନଷ୍ଟ ହୋଇ ବିଲ ଗୁଡିକ ଜଳ ମଗ୍ନ ହୋଇଯାଇଛି l ଫଳରେ ଚାଷୀ କୁଳ ହତାଶ ହୋଇଯାଇଛନ୍ତି l ଚାଷୀ ମାନେ ଧାର କରଜ଼ କରି ଫସଲ ଫଳାଇ ଥିବାବେଳେ ଫସଲ ଆଦାୟ ସମୟରେ ଲଘୁଚାପ ଜନିତ ବର୍ଷା ଦ୍ୱାରା ସମସ୍ତ ଫସଲ ନଷ୍ଟ ହୋଇଯାଇଥିବାରୁ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଯାଇଛି l ସ୍ଥାନୀୟ ସରପଞ୍ଚ, ଗୋଷ୍ଠି ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦି ଏବଂ ତହସିଲଦାର ଡ଼ ଦୟାସିନ୍ଧୁ ପରିଡା ଘଟଣlସ୍ଥଳରେ ପହଂଚି ଚାଷୀ ମାନଙ୍କୁ ଆଶ୍ୱାସନା ଦେଇ କ୍ଷତି ହୋଇଥିବା ଫସଲ ଆକଳନ କରି କିପରି କ୍ଷତିପୂରଣ ପାଇପାରିବେ ସେବିଷୟ ରେ ଜିଲ୍ଲାପାଳ ଙ୍କୁ ଅବଗତ କରାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି l ବରମୁଣ୍ଡଳି ଗ୍ରାମର ଦଣ୍ଡପାଣି ଗୌଡ଼ଙ୍କ ଧାନ କାଟି ଗଦା କରିଥିଲେ ତାହା ନଦି ପାଣିରେ ଭାସିଗଲା l ସେ ମଧ୍ୟ୍ୟ ଆମ ପ୍ରତିନିଧିଙ୍କୁ ଜଣାଇ ଥିଲେ l ଶେରଗଡ଼ ଓ ଗଞ୍ଜାମ ଜିଲ୍ଲାରେ ବହୁ ପରିମାଣରେ ଦୁଇ ଦିନର ଲଗାଣ ବର୍ଷାରେ ବହୁ ଚାଷ କରିଥିବା ଫସଲ ନଷ୍ଟ ହେଇଯାଇଛି l ଏହାର କ୍ଷତି ଦେବାକୁ ଚାଷୀମାନେ ଦାବିକରିଛନ୍ତି l
ରିପୋର୍ଟ : ଅଖିଳ କୁମାର ପଟ୍ଟନାୟକ