Sunday, November 15, 2026
Home ଆଞ୍ଚଳିକ ଦୁର୍ନୀତିର ଗନ୍ତାଘର ବିଷମକଟକ ସିଡିପିଓ କାର୍ଯ୍ୟାଳୟ, ପୋଷାକ କିଣାରେ ଦୁର୍ନୀତି ଅଭିଯୋଗ

ଦୁର୍ନୀତିର ଗନ୍ତାଘର ବିଷମକଟକ ସିଡିପିଓ କାର୍ଯ୍ୟାଳୟ, ପୋଷାକ କିଣାରେ ଦୁର୍ନୀତି ଅଭିଯୋଗ

27

ବିଷମକଟକ-୧୩-୧୧-(ଜିଲ୍ଲା ଖବର) : ରାୟଗଡ଼ା ଜିଲ୍ଲା ବିଷମକଟକ ବ୍କକ୍ ରେ ଥିବା ସିଡିପିଓ କାର୍ଯ୍ୟାଳୟ ବର୍ତ୍ତମାନ ଏବେ ଦୁର୍ନୀତିର ଗନ୍ତାଘର ପାଲଟିଛି। ପ୍ରକାଶ ଥାଉକି ଯେ , କିଛି ଦିନ ତଳେ ଅଙ୍ଗନା ବାଡି ଚୟନ ପ୍ର କ୍ରିୟାରେ ମହା ଦୁର୍ନୀତି ଅଭିଯୋଗ ହୋଇଥିଲା। ଶେଷରେ ଅଙ୍ଗନାବାଡି ଆବେଦନ କାରି ପ୍ରାର୍ଥୀ ଓ ସାଧାରଣ ଲୋକେ ସିଡିପିଓ ଙ୍କୁ ପ୍ରାୟ ୧୦ ଘଣ୍ଟା ଧରି ଅଟକ ରଖିଥିବା ବେଳେ ବିଷମକଟକ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।ବର୍ତ୍ତମାନ ଏବେ ପୋଷାକ ବଣ୍ଟନ ରେ ଦୁର୍ନୀତି ଅଭିଯୋଗ ହେଇଛି। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଦୋଷୀ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ବିଷମକଟକ ବ୍କକ୍ ରେ ୧୭୧ ଟି ଅଙ୍ଗନାବାଡି କେନ୍ଦ୍ର ରହିଛି। ଏଥିରେ ମୋଟ ୬୮୪୦ ପିଲା ପାଠ ପଢୁଥିବା ଜଣାପଡିଛି। ସରକାର ଙ୍କ ତରଫରୁ ପିଲାଙ୍କ ପାଇଁ ଅନେକ ଯୋଜନା ର କାର୍ଯ୍ୟ କାରୀ ହେଉଥିଲେ ମଧ୍ୟ ଏହା ବିଷମକଟକ ବ୍କକ୍ ର ଅଙ୍ଗନାବାଡି କେନ୍ଦ୍ର ରେ ଏହା ସାତ ସପନ। ବର୍ତ୍ତମାନ ଏବେ ପୋଷାକ ବଣ୍ଟନ ପ୍ର କ୍ରିୟା ରେ ଲକ୍ଷ ଲକ୍ଷ ଟଙ୍କା ହଢ଼ପ ହୋଇଥିବା ନଜରକୁ ଆସିଛି। ଏହି ସମ୍ପର୍କରେ ବିଷମକଟକ ସିଡିପିଓ ସୁଶିଳା ଶବର ଙ୍କୁ ବାରମ୍ବାର ଯୋଗାଯୋଗ କରିବାରୁ ତାଙ୍କୁ ସହ ଯୋଗାଯୋଗ ହୋଇ ପାରିଲାନାହିଁ। ୧୭୧ ଟି ଅଙ୍ଗନାବାଡି କେନ୍ଦ୍ର କୁ ତିନି ବର୍ଷ ରୁ ଛ ଅ ବର୍ଷ ର ଶିଶୁ ଙ୍କୁ ପୋଷାକ ପିଛା ୨୫୦ ଟଙ୍କା ଆସିଛି।ପ୍ରତେକ ଅଙ୍ଗନାବାଡି କେନ୍ଦ୍ରର ପିଲା ସିଂ ଖ୍ୟା ହିସାବରେ ସମ୍ପୃକ୍ତ ଅଙ୍ଗନାବାଡି ଦିଦିଙ୍କ ଜମା ଖାତା କୁ ପଠାଯାଇ ଥିବା ନିୟମ ରହିଛି। ହେଲେ ବିଷମକଟକ ସିଡିପିଓ ଶ୍ରୀ ଶବର ବିଷମକଟକ ବ୍କକ୍ ଚାଚରାଗୁଡା ଗୁଡା ଗ୍ରାମର ଜଣେ ମହିଳା ଝିଞ୍ଚିରୀ ମା ଙ୍କୁ ଦାଇତ୍ଵ ଦେଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦାମାନେ। ଏଥି ସହ ପ୍ରତି ପୋଷାକ ପିଛା ୨୦ଟଙ୍କା ରୁ ୨୫ ଟଙ୍କା ସିଡିପିଓ କାର୍ଯ୍ୟାଳୟ ନାମରେ ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି। ଏପଟେ ତାଙ୍କ ବିରୋଧରେ ଯେଉଁ ଅଙ୍ଗନାବାଡି ଦିଦି ଅଭିଯୋଗ କରନ୍ତି ତାହେଲେ ଚାକିରୀ ରୁ ବାହାର କରିଦେବି ବୋଲି ମଧ୍ୟ କହୁଥିବା ଅଭିଯୋଗ ହୋଇଛି। ଆଗକୁ ଶୀତ ଋତୁ ପାଇଁ ଶୀତ ବସ୍ତ୍ର ବଣ୍ଟନ ରେ ମଧ୍ୟ ଲକ୍ଷାଧିକ ଟଙ୍କା ଦୁର୍ନୀତି ହେବାକୁ ଥିବା ଚର୍ଚ୍ଚା ଜୋର ଧରିଛି। ଏହି ସମ୍ପର୍କରେ ଆମେ ଅଙ୍ଗନାବାଡି ସୁପରଭାଇଜର ନଳିନୀ କୁମାର ବେହେରାଙ୍କୁ ଆମେ ଫୋନ୍ କରିବାରୁ ସେ ଆମ ଫୋନ୍ ଉଠାଇ ନଥିଲେ। ତେଣୁ ଜିଲ୍ଲା ପ୍ରଶାସନ ଏହାର ଉଛସ୍ତରୀୟ ତଦନ୍ତ କରାଯିବା ସହ ଦୋଷୀ ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ରେ ଦାବି ହୋଇଛି।
ରାୟଗଡା ରୁ ପ୍ରସନ କୁମାର ପଣ୍ଡା ଙ୍କ ରିପୋର୍ଟ