
ଗଂଜାମ,୧୩/୧୧/୨୧(ଜିଲ୍ଲା ଖବର) : ଜାତୀୟ ରାଜପଥ ୫୯ ଦସମାଇଲି ଠାରୁ ହରିପୁର ଏବଂ ବେଠୁଆର ଗ୍ରାମ କୁ ସଂଯୋଗ କରୁଥିବା 2 ଟି ରାସ୍ତା ଉପରେ 4 ଫୁଟ ଉଚ୍ଚରେ ପାଣି ପ୍ରବାହିତ ଯୋଗୁ ଯାତାୟାତ ବାଧାପ୍ରାପ୍ତ । ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ଅନ୍ତର୍ଗତ ଦସମାଇଲି ଜାତୀୟ ରାଜପଥ ୫୯ କୁ ସଂଯୋଗ କରୁଥିବା ହରିପୁର ଏବଂ ବେଠୁଆର ଯିବା ରାସ୍ତା ଉପରେ 4 ଫୁଟ ରୁ ଅଧିକା ପାଣି ପ୍ରଭାବିତ ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ଗତ 3 ଦିନ ହେଲା ଲଗାଣ ବର୍ଷା ଲାଗିରହିଥିବା ଯୋଗୁଁ ଜଳସ୍ତର ଧୀରେ ଧୀରେ ବଢିବାକୁ ଲାଗିଛି ଯାହାର ପ୍ରଭାବରେ ଏଭଳି ପରିସ୍ଥିତି ଉପୁଜିଛି ତତ୍ ସହିତ ଆଖ ପାଖ ଅଂଚଳର ଜଳ ମଗ୍ନ ହୋଇ ବହୁ ଧାନ ଫସଲ ବି ନଷ୍ଟ ହୋଇଛି ଯାହାକୁ ନେଇ ଚାଷୀ ଅସନ୍ତୋଷ।


