Thursday, November 12, 2026
Home ଆଞ୍ଚଳିକ ପଦ୍ମପୁର ପୋଲିସ ଦ୍ୱାରା ୬ କୁଇଣ୍ଟାଲ ୪0 କେଜି ଗଞ୍ଜେଇ ସହ ଦୁଇଜଣ ଗିରଫ

ପଦ୍ମପୁର ପୋଲିସ ଦ୍ୱାରା ୬ କୁଇଣ୍ଟାଲ ୪0 କେଜି ଗଞ୍ଜେଇ ସହ ଦୁଇଜଣ ଗିରଫ

42

ରାୟଗଡା,୧୨/୧୧/୨୧(ଜିଲ୍ଲା ଖବର): ରାୟଗଡ଼ା ଜିଲ୍ଲା ପଦ୍ମପୁର ଓ କେନ୍ଦୁଗୁଡା ପୋଲିସ ବିଶେଷ ସୂତ୍ରରୁ ଖବର ପାଇ କେନ୍ଦୁଗୁଡା ଫାଣ୍ଡି ଅଧିନସ୍ଥ ସିମିରି ଵିଶ୍ରାମଗାର ରେ ଗଞ୍ଜେଇ ଚୋରା ଚାଲାଣ ପାଇଁ ଅପେକ୍ଷା କରିଥିବା ସମୟରେ ପୋଲିସ ଚଢ଼ାଉ କରି ୬ କୁଇଣ୍ଟାଲ ୪୦ କେଜି ଗଞ୍ଜେଇ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରିଛି । ଗିରଫ ଦୁଇଜଣ ହେଲେ ସିମିରି ଗ୍ରାମର ରେକଡ଼ା ବେଇନା ଓ ଅନ୍ୟ ଜଣେ ମିଲିକାପାଙ୍ଗା ଗାଁର ଟୁନା ଲିମା ।ଗଞ୍ଜେଇଟି ଅନ୍ୟ ରାଜ୍ୟକୁ ଚାଲାଣ ହେଉଥିବାର ଜଣା ପଡ଼ିଛି । ପଦ୍ମପୁର ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓଜନ କରାଯାଇଥିଲା । ଗଞ୍ଜେଇ ର ଅନୁମାନିକ ମୂଲ୍ୟ ୬୪ ଲକ୍ଷ୍ୟ ସହ ଗିରଫ ବ୍ୟକ୍ତିକୁ ଆଜି କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ପଦ୍ମପୁର ପୋଲିସ ଅଧିକାରୀ ବିଶ୍ୱ ରଞ୍ଜନ ଦାସ ।
ରିପୋର୍ଟର – ପ୍ରସନ କୁମାର ପଣ୍ଡା