
ବିଷମକଟକ ,୧୨-୧୧-୨୧(ଜିଲ୍ଲା ଖବର) : ରାୟଗଡା ଜିଲ୍ଲା ବିଷମକଟକ ବ୍କକ୍ ଅନ୍ତର୍ଗତ ଚାଟିକଣା ସ୍ଥିତ ଡଙ୍ଗରିଆ କନ୍ଧ ଉର୍ଣ୍ଣୟନ ସଂସ୍ଥା କାର୍ଯ୍ୟାଳୟ ପରିସରରେ ଆନ୍ତର୍ଜାତିୟ ଅନୁଷ୍ଠାନ ୟୁନିସେଫ ଓ ଓଡିଶା ସରକାରଙ୍କ ଅନୁସୂଚିତ ଯାତି ଓ ଯନଯାତୀ ଉନ୍ନୟନ ବିଭାଗ ସହାୟତାରେ ଜିଲା ସ୍ଥରୀୟ ବିଦ୍ୟାଳୟ ସଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଷମକଟକ ଓ ମୁନିଗୁଡା ବ୍ଲକର ୬୧ ଟି ଡଙ୍ଗରିଆ କନ୍ଧ ବସବାସ କରୁଥିବା ଗ୍ରାମ ମାନଙ୍କରେ ହେବାକୁଥିବା କାର୍ଯ୍ୟ କୁ ଭିଭାଗୀୟ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ଓ ଜିଲ୍ଲା ମଙ୍ଗଳ ଅଧିକାରୀ ସବୁଜ ପତାକା ଦେଖାଇ ଉଦ୍ଘାଟନ କରିଛନ୍ତି । ଆସ ଆମେ ଖେଳିବା, ଖେଳି ଖେଳି ପଢିବା କେତେଗପ ଶୁଣିବା ମଯାକଥା ଦେଖିବା ଅଭୀମୁଖ୍ୟ ନେଇ ଆଦିମ ଯନଯାତି ପିଲାଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ଏହାର ମୁଳ ଲକ୍ଷ ଅଟେ । ଏବଂ ବିଷମକଟକ ଓ ମୁନିଗୁଡା ପଚାୟତ ସମିତିର କୁରୁଲୀ,ଚାଚରାଗୁଡା, ମୁନିଖୋଲ,ଶିବପଦର ଗ୍ରାମ ପାୟତର ରେ ଥିବା ୬୧ ଟି ଡଙ୍ଗରିଆ କନ୍ଦ ବସବାସ କରୁଥିବା ଗ୍ରାମ ପିଲାମାନେ ଉପକୃତ ହୋଇପାରିବେ। ଏହି କାର୍ଯ୍ୟକ୍ରମ ରେ ଶିକ୍ଷା ସନ୍ଦାନ ଜିଲ୍ଲା ସଯୋଯକ ଅନନ୍ତ ସାମନ୍ତ,ମଙ୍ଗଳ ସପ୍ରସାରଣ ଅଧିକାରୀ ଶୁଭ ପ୍ରଦା ସାସମଲ,ଓପିଇଏଲ ଆଇପି ପ୍ରକଳ୍ପ ପ୍ରବନ୍ଦକ ସୁଦର୍ଶନ ପାଢ଼ୀ,ସମାଜ ସେବୀ ଗୈରା ଙ୍ଗ ଚରଣ ରାଉତ,ଲିଭିଂ ଙ୍କ୍ ସଯୋଯକ ରାଜେଶ ମଲ୍ଲିକ,ଡ ଚନ୍ଦନ କୁମାର ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ଟିକୁ ଦିଲିପ ଓଝା, ରିଣ୍ଟୁ ଓଡକା,ପୁଲକି ଓଡକା,ସୁବାଷ କୁଲେସିକା,ଗୈତମ ଟାକ୍ରୀ ପ୍ରମୁଖ ପରିଚାଳନା କରିଥିଲେ।
ପ୍ରସନ କୁମାର ପଣ୍ଡା ଙ୍କ ରିପୋର୍ଟ




