Sunday, November 15, 2026
Home ଆଞ୍ଚଳିକ ମମିତା ମେହେର ହତ୍ୟା ଘଟଣା ମାମଲା ରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିକରି...

ମମିତା ମେହେର ହତ୍ୟା ଘଟଣା ମାମଲା ରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିକରି କଗ୍ରେସ ବନ୍ଦ ଡାକରା

58

ବିଷମକଟକ -୧୨-୧୧- (ଜିଲ୍ଲା ଖବର) ; ମମିତା ମେହେର ହତ୍ୟା ଘଟଣା ମାମଲାରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଙ୍କ ଇସ୍ତଫା ଦାବି କରି କଗ୍ରେସ ର ୬ ଘଣ୍ଟିଆ ଭାରତ ବନ୍ଦ ଡାକରାରେ ମିଶ୍ର ଙ୍କୁ ଗିରଫ କରିବା ଦାବିରେ ଆଜି ବିଷମକଟକ ବ୍କକରେ କଂଗ୍ରେସ କମିଟି ପକ୍ଷରୁ ୬ ଘଣ୍ଟିଆ ବନ୍ଦ ଡାକରାକୁ ହାଇକୋର୍ଟ ଙ୍କ ନିର୍ଦ୍ଦେଶ କ୍ରମେ କଂଗ୍ରେସ କର୍ମୀ ମାନେ ଶାନ୍ତିପୂର୍ଣ୍ଣ ଭାବେ ବିଷମକଟକ ଖ୍ରୀଷ୍ଟିଆନ ମେଡ଼ିକାଲ ଛକ ଠାରୁ କୋର୍ଟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିଭିନ୍ନ ନାରାବାଜୀ ଦେଇ ଆସିଥିଲେ ା ତେବେ ବନ୍ଦର ପ୍ରଭାବ କିଛି ମାତ୍ର ରେ ବିଷମକଟକ ରେ ଦେଖି ବାକୁ ମିଳି ଥିଲା। ପ୍ରାୟ କେତେକ ଦୋକାନ ବଜାର ବନ୍ଦ ଥିଲା ବେଳେ ଆଉ କିଛି ଦୋକାନ ବଜାର ଖୋଲା ରହିଥିବା ସହିତ ଗାଡି ମୋଟର ଚଳାଚଳ ସ୍ବାଭାବିକ ଥିଲା। ତେବେ ତୁରନ୍ତ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ପଦବୀରୁ ଇସ୍ତଫା ଦେବା ସହ ତାଙ୍କୁ ଗିରଫ କରାଯାଉ ବୋଲି କହିଛନ୍ତି ବିଷମକଟକ ବ୍କକ୍ କଗ୍ରେସ ସଭାପତି ଶ୍ରୀ ବିଜୟ କୁମାର ପଟ୍ଟନାୟକ ଓ ତାଙ୍କ ସମର୍ଥକ କଂଗ୍ରେସ କର୍ମୀ ମାନେ। ଏହି କାର୍ଯ୍ୟକ୍ରମରେ ବିଷମକଟକ ନିର୍ବାଚନ ମଣ୍ଡଳୀ ର କଗ୍ରେସ ପ୍ରାର୍ଥୀ ଶ୍ରୀ ନିଳମାଧବ ହିକକା, ଅଭି କଲକା, ରାମଦାସ ଟାକ୍ରୀ, ଙ୍କ ସମେତ ଅନେକ କଗ୍ରେସ କର୍ମୀ ଉପସ୍ଥିତ ଥିଲେ।
ରାୟଗଡା ରୁ ପ୍ରସନ କୁମାର ପଣ୍ଡା ଙ୍କ ରିପୋର୍ଟ