Sunday, November 15, 2026
Home ଆଞ୍ଚଳିକ ମେଗା ପାନୀୟ ଜଳ ପ୍ରକଳ୍ପ ନାଁ ରେ ‘ଜଳ ଓ ପରିମଳ’ ବିଭାଗର ତୂଗଲକି...

ମେଗା ପାନୀୟ ଜଳ ପ୍ରକଳ୍ପ ନାଁ ରେ ‘ଜଳ ଓ ପରିମଳ’ ବିଭାଗର ତୂଗଲକି ଶାସନ

82

ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରୁ ନିର୍ଦେଶ ଥିବା କହି ବ୍ୟକ୍ତିଗତ ଜମିରେ ବିନା ଅନୁମତି ରେ କରାଯାଉଛି ପାଇପ ଲାଇନ କାମ I

ବିଭାଗୀୟ ଯନ୍ତ୍ରୀଙ୍କୁ ନିଲମ୍ବନ ପାଇଁ ଦାବି I

ବିଷମକଟକ ୧୧/୧୧/୨୧ -(ଜିଲ୍ଲା ଖବର) :ରାୟଗଡା ଜିଲ୍ଲା ବିଷମକଟକ ଠାରେ ପାଇପ ଯୋଗେ ଜଳ ଯୋଗାଣ ନିମନ୍ତେ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି I ରାଜ୍ୟ ସରକାରଙ୍କ ତରଫରୁ ଏକ ଘରୋଇ ଠିକା ସଂସ୍ଥାକୁ ଉକ୍ତ କାମ ଦିଆଯାଇଥିବା ସୂଚନା ରହିଛି I ଏହା ଦ୍ୱାରା ବିଷମକଟକ ବ୍ଲକ ବ୍ଲକର 19 ଗୋଟି ପଂଚାୟତର ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳର ସୁବିଧା ଉପଲବ୍ଧ କରାଯାଇପାରିବ I ତେବେ ଦାୟିତ୍ୱରେ ଥିବା ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟ ଏବଂ ସ୍ଥାନୀୟ ଜଳ ଓ ପରିମଳ ବିଭାଗ ର ତୂଗଲକି ଶାସନ ପାଇଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି i ରାୟଗଡା ଜିଲ୍ଲା ଵିଷମକଟକ ଠାରେ ଦାୟିତ୍ୱରେ ଥିବା ଠିକା ସଂସ୍ଥା ବ୍ୟକ୍ତିଗତ ସମ୍ପତ୍ତି ଉପରେ ବେଆଇନ ଭାବେ ପାଇପ ବିଛେଇବାକୁ ନେଇ ଉକ୍ତ ଜାଗାର ମାଲିକ ଠିକା ସଂସ୍ଥାର କାର୍ଯ୍ୟକଳାପ କୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି I ପ୍ରକାଶ ଥାଉକି ବିଷମକଟକ ସ୍ଥିତ ମାର୍କମା ମନ୍ଦିର ଛକ ଠାରୁ ରାୟଗଡା ରୋଡ କୁ ସଂଯୋଗ କରୁଥିବା ସ୍ଥାନଟି ଦେଇ ଜଳ ଓ ପରିମଳ ବିଭାଗ ର ମେଗା ଜଳ ପ୍ରକଳ୍ପ ର କାମ ଚାଲୁ ରହିଛି ଯାହାର ଖାତା ନମ୍ବର 67/576, ପ୍ଲଟ ନମ୍ବର 444/918, ଉକ୍ତ ସ୍ଥାନ ମଧ୍ୟ ଦେଇ ବେଆଇନ ଭାବେ ଠିକା ସଂସ୍ଥାଟି ବିନା ଅନୁମତିରେ ସ୍ଥାନଟିକୁ ଜେସିବି ସହ ଖୋଳି ପାଇପ ବେଛେଇ ଚାଲଛି I ସବୁ ଠାରୁ ଆଶ୍ଚର୍ଯ୍ୟର ବିଷୟ ଉକ୍ତ ଠିକା ସଂସ୍ଥା ଟି କାର୍ଯ୍ୟ କରିବା ପୂର୍ବରୁ ଜାଗାର ମାଲିକ ସହ କୌଣସି ପ୍ରକାରେ ଅନୁମତି ଲୋଡ଼ିବା ଆବଶ୍ୟକ ବୋଲି ମଧ୍ୟ ମନେ କରି ନାହାନ୍ତି ଯାହାକୁ ନେଇ ଜାଗା ମାଲିକ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି I ନିଜ ଜାଗା ରେ ଗାତ ଖୋଳା ଯିବା ଏବଂ ପାଇପ ବିଛାଯିବା ନେଇ ଖବର ପାଇ ଉକ୍ତ ସ୍ଥାନରେ ପହଁଚିବା ବେଳେ ଠିକା ସଂସ୍ଥାଟି ସେଠାରେ ଗାତ ଖୋଳି ପାଇପ ବିଛେଇବା କାମ ସାରି ଅନ୍ୟତ୍ର କାମ ପାଇଁ ଚାଲି ଯାଇଥିଲେ I ତେବେ ଜାଗା ମାଲିକ ଏ ନେଇ ପ୍ରକଳ୍ପ ଦାୟିତ୍ୱରେ ଥିବା ଠିକା ସଂସ୍ଥା ର କର୍ମଚାରୀଙ୍କୁ ଯୋଗାଯୋଗ କରିବା ରୁ ତାଙ୍କୁ ଉକ୍ତ ସ୍ଥାନରେ କାମ କରିବାକୁ ସ୍ଥାନୀୟ ପୂର୍ତ୍ତ ବିଭାଗ ଅଧିକାରୀ ମୌଖିକ ଭାବେ କହିଥିବା ସେ ପ୍ରକାଶ କରିଛନ୍ତି I ଏଥି ସହ ଏ ସମ୍ପର୍କରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରୁ ତାଙ୍କ ପାଖରେ ଲିଖିତ ଆଦେଶ ରହିଛି ବୋଲି ଠିକା ସଂସ୍ଥା ର କର୍ମଚାରୀ ଅଜୟ କୁମାର ବେହେରା ସ୍ପଷ୍ଟ କରିଥିଲେ I ଏହି ପାଇପ ଲାଇନ ବେଛେଇବା କାମ ରେ ପୂର୍ତ୍ତ ବିଭାଗ ର କୌଣସି ଭୂମିକା ନାହିଁ ବରଂ ଆବଶ୍ୟକ ସ୍ଥଳେ ଆମକୁ ପୂର୍ତ୍ତ ବିଭାଗ ଅଧୀନ ରାସ୍ତା ଚି଼ହ୍ନଟ ପାଇଁ ପରାମର୍ଶ ନିଅଯାଇଥାଏ,ତେବେ ଠିକା ସଂସ୍ଥା ତାଙ୍କ ମୁଣ୍ଡର ଦୋଷ କୁ ଆମ ଉପରରକୁ ଠେଲି ଦେବା ପାଇଁ ଚେଷ୍ଟା କରୁଥିବା ପୂର୍ତ୍ତ ବିଭାଗ ସଫେଇ ଦେଇଛି I ତେବେ ବିବାଦ ଘନେଇବା ଦେଖି କାମ ସମ୍ପୂର୍ଣ ହେବା ପରେ ଖୋଦ ଠିକା ସଂସ୍ଥା ଲିଖିତ ଆକାର ରେ ଜାଗା ମାଲିକଙ୍କୁ ନିଜ ଭୁଲ ସ୍ୱୀକାର କରି ଏକ ଚିଠି ପ୍ରଦାନ କରିଛି ଯେ ତାଙ୍କୁ ଏହି କାର୍ଯ୍ୟ କରିବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ତାର ଅନ୍ୟାନ୍ୟ ବିଭାଗ ତରଫରୁ ନିର୍ଦେଶ ରହିଛି I ସହକାରୀ ଯନ୍ତ୍ରୀ ରାସ୍ତା ଓ କୋଠାବାଡି ରାୟଗଡା ଙ୍କ କାର୍ଯ୍ୟାଳୟ ଠାରୁ ପତ୍ର ସଂଖ୍ୟା 4647, ତା 7.9.21 ର ଜିଲ୍ଲାପାଳ ଙ୍କ ଉପସ୍ଥିତି ରେ କରାଯାଇଥିବା ଏକ ସଭା ରେ ଏହି ନିଷ୍ପତି ନିଆଯାଇଥିବା ଉକ୍ତ ଠିକା ସଂସ୍ଥା କର୍ମଚାରୀ ଜଣକ ଦୃଢୋକ୍ତି ପ୍ରକାଶ କରିଛନ୍ତି I ତେବେ ଉକ୍ତ ଚିଠିର ଉପଧାରା କ୍ରମାଙ୍କ 2ରେ ଏହା ଉଲ୍ଲେଖ ରହିଛି ଯେ ଯେଉଁ ଅଂଚଳ ଗୁଡିକ ମାନଙ୍କରେ ଉପଯୁକ୍ତ ସ୍ଥାନ ଉପଲବ୍ଧ ନ ଥିବ ସେହି ଅଂଚଳର ରାସ୍ତା ଓ କୋଠା ବାଡ଼ି ବିଭାଗ ସହକାରୀ ଯନ୍ତ୍ରୀ କିମ୍ବା କନିଷ୍ଠ ଯନ୍ତ୍ରୀ ସହ ପରାମର୍ଶ କରି ରାସ୍ତାର ଦୁଇ ପାର୍ଶ୍ଵର ଯେ କୌଣସି ଗୋଟିଏ ପାର୍ଶ୍ଵ ର ଅଗ୍ର ଭାଗରେ 1.5 ମିଟର ଗଭୀର ପର୍ଯ୍ୟନ୍ତ ଖୋଳିବା ଏବଂ 250ମିଳିମିଟର ମୋଟା ରେ ଖୋଳା ଯାଇଥିବା ସ୍ଥାନ କୁ M25 ରେ ସଶକ୍ତ ସିମେଣ୍ଟ କଂକ୍ରିଟ ସାହାଯ୍ୟ ରେ ପୂର୍ବାବସ୍ଥା କୁ ଆଣିବେ ” ଏବଂ ଉପ ଧାରା 3 ଅନୁଯାଇ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ସହକାରୀ ଯନ୍ତ୍ରୀ ଗ୍ରାମୀଣ ଜଳ ଯୋଗାଣ ଏବଂ ପରିମଳ ବିଭାଗ ରାୟଗଡାଙ୍କୁ ଏକ ସ୍ବୀକାରୋକ୍ତି ଦେବାକୁ ପଡିବ ଯେ କାର୍ଯ୍ୟ ସମ୍ପନ ପରେ ସ୍ଥାନଟିକୁ ତାର ପୂର୍ବ ଅବସ୍ଥା କୁ ଅଣାଯିବ ବୋଲି କିନ୍ତୁ ଵିଷମକଟକ ଠାରେ ବିଭାଗ ପକ୍ଷରୁ ଏଭଳି କୌଣସି ମଧ୍ୟ ନିର୍ଦେଶର ପାଳନ କରାଯାଇନଥିବା ଜାଗା ମାଲିକ ଅଭିଯୋଗ କରିଛନ୍ତି I ତାଙ୍କ ଜାଗାଟିର ପ୍ରାୟ 400ଫୁଟ ଖୋଳି, ପ୍ପାଇପ ବିଛେଇବା ପରେ କେବଳ ମାଟି ଘୋଡେଇ ଠିକା ସଂସ୍ଥା ନିଜ କାମ ସାରିଦେଇଥିବା ସେ ଅଭିଯୋଗ କରିଛନ୍ତି I ଚିଠିର ନିର୍ଦେଶ ମୁତାବକ 250ମିଳିମିଟର ମୋଟା ରେ ଖୋଳା ଯାଇଥିବା ସ୍ଥାନ କୁ M25 ରେ ସଶକ୍ତ ସିମେଣ୍ଟ କଂକ୍ରିଟ ସାହାଯ୍ୟ ରେ ପୂର୍ବାବସ୍ଥାକୁ ଆଣିବେ କିନ୍ତୁ ଠିକା ସଂସ୍ଥା ଏହାର ବ୍ୟତିରେକ ରେ କେବଳ ମାଟି ଘୋଡେଇ ଦେଇଥିବା ଏବଂ କେବଳ ଗୋଟିଏ ଜାଗାରେ ନୁହଁ ବରଂ ଖୋଳା ଯାଇଥିବା କୌଣସି ଜାଗାରେ M25ସିମେଣ୍ଟ କଂକ୍ରିଟ ଦ୍ୱାରା ପୋତାଯାଇ ନାହିଁ ଯାହାକୁ ନେଇ ଜାଗା ମାଲିକ ଉଦବେଗ ପ୍ରକାଶ କରିଛନ୍ତି I ଅନ୍ୟ ପକ୍ଷରେ ଜିଲ୍ଲାପାଳଙ୍କ ସଭା ରେ ଏଭଳି ନିଷ୍ପତ୍ତି କରାଯିବା ନେଇ ମଧ୍ୟ ସେ ପ୍ରଶ୍ନ ଉଠେଇଛନ୍ତି ଯାହା ଠିକା ସଂସ୍ଥା ଏବଂ ଜଳ ଓ ପରିମଳ ବିଭାଗକୁ ବ୍ରିଟିଶ ରାଜ ଭଳି ମନମୁଖୀ କାର୍ଯ୍ୟ କରିବା ପାଇଁ ଉତ୍ସାହିତ କରିଛି I ଅଭିଯୋଗ କାରୀଙ୍କ ଅନୁସାରେ ଠିକା ସଂସ୍ଥା ଓ ଜଳ ଏବଂ ପରିମଳ ବିଭାଗ ଦ୍ୱାରା ପ୍ରଦାନ କରାଯାଇଥିବା ନିର୍ଦେଶ ପତ୍ର ର ସତ୍ୟତା ପ୍ରମାଣ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ସୂଚନା ର ଅଧିକାର 2005ନିୟମ ଅନୁଯାଇ ଏହି ନିର୍ଦେଶ ନାମା ର ସତ୍ୟତା ଏବଂ ବୈଧ୍ୟତା ବିଷୟରେ ତଥ୍ୟ ହାସଲ କରିବେ ଯଦି ଉକ୍ତ ନିର୍ଦେଶ ପତ୍ରରେ ଯାହା ଲିଖିତ ତାହା ଯଦି ଜିଲ୍ଲାପାଳଙ୍କ ଜ୍ଞାତରେ ହୋଇଥାଏ ତେବେ ତଦନୁରୂପ ପଦକ୍ଷେପ ନେବା ପାଇଁ ସେ ବିଚାର କରିବେ ବୋଲି ପ୍ରକାଶ କରିଛନ୍ତି I ତେବେ ସମ୍ପତି ର ଅଧିକାର ମୋର ସାମ୍ବିଧାନିକ ହକ ଯାହା ଭାରତର ସମ୍ବିଧାନ ଠାରୁ ମୋର ଭଳି ଅନ୍ୟ ନାଗରିକ ମାନଙ୍କୁ ମଧ୍ୟ ପ୍ରଦତ୍ତ I ଭାରତୀୟ ସମ୍ବିଧାନ ର ଧାରା 19 ସମସ୍ତ ନାଗରିକଙ୍କୁ ସମ୍ପତ୍ତି ଅର୍ଜନ, ଧାରଣ ଏବଂ ଖଲାସ କରିବାର ଅଧିକାର ନିଶ୍ଚିତ କରିଛି ଏବଂ ଧାରା 31 ଅନୁଯାୟୀ କୌଣସି ବ୍ୟକ୍ତି ଙ୍କୁ ତାଙ୍କ ସମ୍ପତ୍ତିରୁ ବଞ୍ଚିତ କରାଯାଇପାରିବ ନାହିଁ।” ଧାରା 31 ଏହା ମଧ୍ୟ ସୁନିଶ୍ଚିତ କରେ ଯେ ସର୍ବସାଧାରଣ ଉଦ୍ଦେଶ୍ୟରେ ନିଆଯାଇଥିବା ବ୍ୟକ୍ତିଗତ ସମ୍ପତ୍ତି ର ଉଚିତ କ୍ଷତି ପୂରଣ ବ୍ୟକ୍ତି ବିଶେଷଙ୍କୁ ମିଳିବା ଆବଶ୍ୟକ କିନ୍ତୁ ମୋ ବିଷୟରେ ମୋର ସହ କୌଣସି ପ୍ରକାର ଅନୁମତି ଲୋଡ଼ା ଯାଇନାହିଁ ଏବଂ ଜମି ଅଧିଗ୍ରହଣ ଭଳି କୌଣସି ପଦକ୍ଷେପ ଗ୍ରହଣ କରା ଯାଇନାହଁ I ଯଦି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ପତ୍ର ରେ ଏଭଳି କିଛି ବାସ୍ତବରେ ଉଲ୍ଲେଖ ରହିଛି ତେବେ ମଧ୍ୟ ଜିଲ୍ଲାପାଳଙ୍କ ମୋର ବ୍ୟକ୍ତିଗତ ସମ୍ପତ୍ତି ଉପରେ ମୋର ବିନା ଅନୁମତି ଓ ସଂଜ୍ଞାନ ବିନା ପରୋକ୍ଷ ବା ପ୍ରତକ୍ଷ ଭାବେ କୌଣସି ସରକାରୀ ପ୍ରକଳ୍ପ କରିବା ପାଇଁ ନିର୍ଦେଶ ଦେବାର କୌଣସି ଅଧିକାର ନାହିଁ I ଏପରି ସ୍ଥଳେ ଜଳ ଓ ପରିମଳ ବିଭାଗ ରାୟଗଡା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରାୟଗଡା ଏବଂ ଠିକା ସଂସ୍ଥା ବିରୁଦ୍ଧରେ ମୋତେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ନେବା ବ୍ୟତୀତ ଆଉ ବିକଳ୍ପ କିଛି ନାହିଁ ବୋଲି ଅଭିଯୋଗ କାରୀ ଗୌରୀ ପ୍ରସାଦ କ୍ଷୋଭ ସହ ପ୍ରକାଶ କରିଛନ୍ତି I ଜିଲ୍ଲାପାଳ ଜିଲ୍ଲାର ମୁଖିଆ କିନ୍ତୁ ସେ ଆଇନ ର ପରିଧି ଠାରୁ ଉର୍ଦ୍ଧ ରେ ନୁହନ୍ତି, ଯଦି ତାଙ୍କ କାର୍ଯ୍ୟାଳୟ ଏବଂ ତାଙ୍କ ଉପସ୍ଥିତି ରେ କୌଣସି ସଭା ରେ ଏଭଳି ଏକଛତ୍ରବାଦ ନିଷ୍ପତ୍ତି ନିଆଯାଉଛି ତେବେ ଏହାର ପ୍ରତିକ୍ରିୟା ସ୍ୱରୂପ ତାଙ୍କ ବିରୁଦ୍ଧରେ ଆଇନ ଗତ କାର୍ଯ୍ୟନୁଷ୍ଠାନ ଏବଂ ବିଚାର ପାଇଁ ମାନ୍ୟବର ଉଚ୍ଚ ନ୍ୟାୟଳୟ ନିକଟରେ ସେ ଆବେଦନ କରିବେ ବୋଲି ସେ ସ୍ପଷ୍ଟ କରିଛନ୍ତି I ଏ ନେଇ ଵିଷମକଟକ ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର ସେଠିଙ୍କୁ ପଚାରି ବୁଝିବାରୁ ଉକ୍ତ ସ୍ଥାନ ଟି ରେ ପାଇପ ବିଛେଇବା ନେଇ ଠିକା ସଂସ୍ଥା କିମ୍ବା ବିଭାଗ ତରଫରୁ ଆମକୁ କୌଣସି ବିଷୟରେ ପଚରାଯାଇ ନଥିଲା ଏବଂ ସେମାନେ ନିଜ ଇଛା ମୁତାବକ ସେହି କାମ କରିଥାଇ ପାରନ୍ତି ବୋଲି ସ୍ପଷ୍ଟ କରିଛନ୍ତି I ବିଷମକଟକ ଜଳ ଏବଂ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ଜିତେନ୍ଦ୍ର ପାତ୍ର ଙ୍କୁ ଏ ନେଇ ପଚାରିବାରୁ ଏ ସମ୍ପର୍କ ରେ ସେ ଅବଗତ ନ ଥିବା ପ୍ରକାଶ କରିଛନ୍ତି ତେବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫରୁ ଫତ୍ୱା ଜାରି ହୋଇଥିବା ଭଳି ଚିଠି ଖଣ୍ଡକ ଦେଖାଇ ଦାୟିତ୍ୱ ରେ ଥିବା ବିଭାଗ ଏବଂ ଠିକା ସଂସ୍ଥା ଲୋକଙ୍କ ବ୍ୟକ୍ତିଗତ ସମ୍ପତ୍ତି ଉପରେ ଇଛା ମୁତାବକ କାର୍ଯ୍ୟ କରୁଛନ୍ତି ବୋଲି ଅଞ୍ଚଳର ବରିଷ୍ଠ ଆଇନଯିବି ତଥା ସ୍ବେଛାସେବୀ ଦିଲ୍ଲୀପ କୁମାର ପଟନାୟକ ଉଦବେଗ ପ୍ରକାଶ କରିଛନ୍ତି I ତେବେ ଏଇଟା କେବଳ ଗୋଟିଏ ଘଟଣା ନୁହେଁ ବରଂ ଠିକା ସଂସ୍ଥା ଉପରେ ପୂର୍ବରୁ ମଧ୍ୟ ଅନିୟମିତତା ନେଇ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରକାଶ ପାଇ ଥିଲା ତେବେ ସ୍ଥାନୀୟ ଜଳ ଓ ପରିମଳ ବିଭାଗ ର ପୃଷ୍ଠପୋଷକ୍ତା ଓ ଜିଲ୍ଲା ପ୍ରଶାସନ ର ଉଦାର ମନୋଭାବ ଯୋଗୁଁ ବାରମ୍ବାର ଏଭଳି ଘଟଣା ଦେଖିବାକୁ ମିଳୁଛି ବୋଲି ଵିଷମକଟକ ବିଧାୟକ ପ୍ରାର୍ଥୀ ନୀଳମାଧବ ହିକକା ପ୍ରକାଶ କରିଛନ୍ତି I ତେବେ ନିଜର କାର୍ଯ୍ୟ କୁ ଠିକ ଭାବେ ସମ୍ପାଦନ କରି ନଥିବା ବିଷମକଟକ ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଭାବେ ନିଲମ୍ବନ କରାଯିବା ପାଇଁ ଜାଗା ମାଲିକ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କରିଛନ୍ତି I
ରାୟଗଡା ରୁ ପ୍ରସନ କୁମାର ପଣ୍ଡା ଙ୍କ ରିପୋର୍ଟ